୧୮ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମିଳିବ ୧୦୦୦ଟଙ୍କା

ନୂଆଦିଲ୍ଲୀ: ଏଥର ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା । ୧୮ବର୍ଷରୁ ଅଧିକ ବୟସର ମହିଳା ପାଇବେ ଏହି ସୁବିଧା । ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏହା କହିଛନ୍ତି । ଏହା ଜାଣିବା ପରେ ମହିଳାଙ୍କ ଭିତରେ ଖୁସି ଦେଖାଦେଇଛି ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶନିବାର ଗ୍ରେଟର କୈଲାଶରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ । ଲୋକଙ୍କ ପାଖକୁ ଯାଇ ସିଧାସଳଖ କଥାବାର୍ତ୍ତା କରିଥିଲେ। ଆଉ କହିଥିଲେ ଯେ, ଆମ ମା’ ଓ ଭଉଣୀମାନଙ୍କ ପାଇଁ ବହୁତ ଭଲ ଖବର ଅଛି। ଆମେ ଖୁବ୍‌ଶୀଘ୍ର ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟରେ ଏକ ହଜାର ଟଙ୍କା ଜମା କରିବାକୁ ଏକ ଯୋଜନା ପାସ କରିବାକୁ ଯାଉଛୁ। ୧୮ବର୍ଷରୁ ଅଧିକ ବୟସର ସମସ୍ତ ମହିଳା ପ୍ରତ୍ୟେକ ମାସରେ ସେମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । ଏହିି ଯୋଜନା ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଅରବିନ୍ଦ ଦିଲ୍ଲୀବାସୀଙ୍କୁ ନିବେଦନ କରି ଆହୁରି କହିଥିଲେ ଯେ,ବିଧାନସଭା ନିର୍ବାଚନରେ ଏଥର ଭାଜପାକୁ ଭୋଟ ଦିଅନ୍ତୁ ନାହିଁ। ଯଦି ଆପଣ ଏହା କରନ୍ତି, ତେବେ ଦିଲ୍ଲୀର ଆଇନ ଶୃଙ୍ଖଳା ପରି ଭାଜପା ଲୋକମାନେ ଆପଣଙ୍କ ବିଦ୍ୟାଳୟ, ଡାକ୍ତରଖାନା ଏବଂ ବିଦ୍ୟୁତକୁ ନଷ୍ଟ କରିଦେବେ। ଆପଣ ଭାଜପାକୁ ଆଇନ ଶୃଙ୍ଖଳା ପରିଚାଳନା ଦାୟିତ୍ୱ ଦେଇଛନ୍ତି। ସେ ସେହି ଦାୟିତ୍ୱ ପୂରଣ କରିନାହାଁନ୍ତି । ଆପଣଙ୍କୁ ଏହି ନିର୍ବାଚନରେ ସେମାନଙ୍କୁ ଏକ ଶିକ୍ଷା ଦେବାକୁ ପଡିବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *