ମିରଟ: ବାରମ୍ବାର ଭୁକିବାରୁ ୫ କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ ୨ ମହିଳା । ଏହି ଘଟଣାକୁ ନେଇ ଉଭୟ ମହିଳାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଟରେ ।
ମିରଟ୍ର କଙ୍କରଖେଡ଼ା ଥାନା ଅନ୍ତର୍ଗତ ଖଡ଼ୌଲି କଲୋନୀରେ ୩ ଦିନ ତଳେ ଏକ କୁକର ୫ଟି ଛୁଆ ଜନ୍ମ ଦେଇଥିଲା । ଏହି କୁକୁର ଛୁଆଗୁଡ଼ିକ ବାରମ୍ବାର ଭୁକୁଥିଲେ । ଏଠାରେ ରହୁଥିବା ଶୋଭା ଏବଂ ଆରତି ନାମ୍ନୀ ୨ ମହିଳା ସେମାନଙ୍କ ଭୁକିବା ଶବ୍ଦରେ ଅତିଷ୍ଠ ହୋଇପଡ଼ିଥିଲେ । ବିରକ୍ତ ହୋଇ ସେମାନଙ୍କୁ ପିଟି ପିଟି ଘଉଡ଼ାଇ ଦେଇଥିଲେ । ହେଲେ କୁକୁର ଛୁଆଗୁଡ଼ିକ ପୁଣି ସେମାନଙ୍କ ଘର ସାମ୍ନାକୁ ଚାଲିଆସି ଭୁକିବା ଆରମ୍ଭ କରିଦେଇଥିଲେ । ଶେଷରେ ଶୋଭା ଓ ଆରତି କୁକୁର ଛୁଆଗୁଡ଼ିକ ଶୋଇଥିବା ବେଳେ ତାଙ୍କ ଉପରେ ପେଟ୍ରୋଲ ପକାଇ ଜିଅନ୍ତା ଜାଳି ଦେଇଥିଲେ।
ଏହି ଖବର ପ୍ରଚାର ହେବା ପରେ ଆନିମଲ କେୟାର ସୋସାଇଟି ଘଟଣାସ୍ଥଳରେ ପହଞ୍ôଚ ମହିଳାଦ୍ୱୟଙ୍କ ଏପରି ହରକତ ବିଷୟରେ ଜାଣିବାକୁ ପାଇଥିଲେ । ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲା । ୨ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ମିରଟ ଏସ୍ଏସ୍ପି ବିପିନ ତାଡ଼ା କହିଛନ୍ତି। ପୋଲିସ କୁକୁର ଛୁଆଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପୋତି ଦେଇଛି । ୨ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିରଟ ସିଟି ଆରକ୍ଷୀ ଅଧୀକ୍ଷକ ଆୟୁଷ ବିକ୍ରମ ସିଂ କହିଛନ୍ତି।