ଘରେ ଦର୍ପଣ ଲଗାଇବାର ନିୟମ

ଏକ ଦର୍ପଣକୁ ସଠିକ୍ ଦିଗରେ ରଖିବା ଦ୍ୱାରା ସୁଖ -ସୌଭାଗ୍ୟ ବଢିଥାଏ ବୋଲି ବିଶ୍ୱାସ କରାଯାଏ | ଯଦି ସେହି ଦର୍ପଣକୁ ଭୁଲ ଦିଗରେ ରଖାଯାଏ ତେବେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ବିଶେଷ ମହତ୍ତ୍ଵ ରହିଛି। ଘରର ସମସ୍ତ ଜିନିଷ ସହ ଜଡିତ ବାସ୍ତୁ ଟିପ୍ସ ରହିଛି। ଦର୍ପଣ ସହ ଜଡ଼ିତ ବିଶେଷ ନିୟମ ମଧ୍ୟ ବାସ୍ତୁରେ ଉଲ୍ଲେଖ ରହିଛି। ଦର୍ପଣ ତଥା କାଚ କେବଳ ଆମର ପ୍ରତିବିମ୍ବ ଦେଖାଏ ନାହିଁ, ବରଂ ଏହା ଘର ସଜାଇବାରେ ମଧ୍ୟ ବ୍ୟବହୃତ ହୁଏ। ଆପଣ ଜାଣନ୍ତି କି, ଦର୍ପଣ ସହ ଜଡ଼ିତ କିଛି ତ୍ରୁଟି ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇପାରେ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅଦୁସାରେ ଦର୍ପଣ ଲଗାଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ବାସ୍ତୁ ଅନୁସାରେ ଘରେ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ଦର୍ପଣ ରଖିବା ଉଚିତ୍ । ଉତ୍ତର-ପୂର୍ବ ଦିଗରେ ଦର୍ପଣ ରଖିବା ଦ୍ବାରା ଧନ ଆକର୍ଷିତ ହୋଇଥାଏ ।

ଧନ ଲାଭ ପାଇଁ ଉତ୍ତର କିମ୍ବା ପୂର୍ବ ଦିଗରେ ଦର୍ପଣ ଲଗାଇବା ଲାଭଦାୟକ ଅଟେ ।

ବାସ୍ତୁ ଅନୁସାରେ ଘରେ ଧୁଆଁଳିଆ, ଅସନା କିମ୍ବା ଭଙ୍ଗା ଦର୍ପଣ ଲଗେଇବା କଥା ନୁହେଁ । ଏପରି ଦର୍ପଣ ଲଗାଇଲେ ଘର ତଥା ଘରର ସମସ୍ତ ସଦସ୍ୟଙ୍କ ସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।

ଘରର ପଶ୍ଚିମ ଓ ଦକ୍ଷିଣ କାନ୍ଥରେ ଦର୍ପଣ ଲଗାଇବା ଅନୁଚିତ୍ । ଏହି କାନ୍ଥରେ ଲଗାଇଲେ ପରିବାରରେ ଅଶାନ୍ତି ସୃଷ୍ଟି ହୁଏ ।

ଏଥିସହ ବାସ୍ତୁ ଅନୁସାରେ ରୋଷେଇଘରେ ଦର୍ପଣ ଲଗାଇବା ଶୁଭଦାୟକ ନୁହେଁ । କୁହାଯାଏ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ସେହିପରି ବେଡରୁମରେ ବି ଦର୍ପଣ ଲଗାନ୍ତୁ ନାହିଁ । ଦର୍ପଣରେ ବେଡ୍ ର ପ୍ରତିବିମ୍ବ ପଡିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଘରେ ଭୁଲ୍ରେ ବି ଭଙ୍ଗା କାଚ କିମ୍ବା ଦର୍ପଣ ରଖିବା ଉଚିତ୍ ନୁହେଁ। ଭଙ୍ଗା କାଚକୁ ନକରାତ୍ମକ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଏବଂ କଳହ ଲାଗିରହେ।

ଦର୍ପଣକୁ କେବେ ବିଛଣା ଏବଂ କବାଟ ଆଗରେ ରଖିବା ଉଚିତ୍ ନୁହେଁ। ବିଛଣା ସାମ୍ନାରେ ଦର୍ପଣ ରହିବାକୁ ଅଶୁଭ ବୋଲି କୁହାଯାଏ। ଏହାଦ୍ଵାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ।

ଶୌଚାଳୟ ପାଖରେ ଦର୍ପଣ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦର୍ପଣକୁ କେବେ ବି ସିଡ଼ି ସମ୍ମୁଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଏବଂ ଅସ୍ଥିରତା ଦେଖାଦିଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *