ଭାରତୀୟ ଅଭିନେତ୍ରୀଙ୍କ ପାଖରେ ନ ଥିବା କାର୍ କିଣିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ବିବାଦରେ ରହିଥାନ୍ତି। କିଛି ଦିନ ତଳେ ସେ ନିଜର ଗୀତ ଦାବିଡି ଦିବିଡି ଗୀତକୁ ନେଇ ସମାଲୋଚିତ ହୋଇଥିଲେ । ଏବେ ସେ ନିଜର ଆସିଛନ୍ତି। ଏହି କାର୍ କିଣିବାରେ ଉର୍ବଶୀ ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି। ଉର୍ବଶୀ ରାଉତେଲାଙ୍କ ପୂର୍ବରୁ ଭାରତରେ କେବଳ ୬ଜଣ ଲୋକ ଏହି କାର କିଣିଛନ୍ତି। ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସହିତ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି। ଏବେ ଉର୍ବଶୀ ରାଉତେଲାଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି।

ଫଟୋ ସାମ୍ନାକୁ ଆସିବା ପରେ ଉର୍ବଶୀ ରାଉତେଲାଙ୍କ ରୋଲ୍ସ-ରଏସ୍ କଲିନାନ୍ ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ରିପୋର୍ଟ ଅନୁସାରେ, ଏହି ରୋଲ୍ସ-ରଏସ୍ କଲିନାନର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା। ଏହି ର୍କାଟି ଉର୍ବଶୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଦେଖାଯାଇଛି। ରୋଲ୍ସ-ରଏସ୍ କଲିନାନ୍‌?ରେ ଅନେକ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଉର୍ବଶୀ ରାଉତେଲା ୨୦୧୫ ମସିହାରେ ମିସ୍ ଡିଭା-ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଥିଲେ। ସେବେଠାରୁ ଉର୍ବଶୀଙ୍କ ନାମ ସମଗ୍ର ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ହୋଇଥିଲା। ଏବେ ଉର୍ବଶୀ ରାଉତେଲାଙ୍କୁ ଇନଷ୍ଟାଗ୍ରାମର ଫୋବର୍ସ ଧନୀ ତାଲିକାରେ ସାମିଲ କରାଯାଇଛି। ଫୋବର୍ସ ଧନୀ ତାଲିକାରେ କେବଳ ସେହି ଲୋକଙ୍କୁ ସାମିଲ କରାଯାଏ ଯାହାଙ୍କର ଲୋକଙ୍କ ଉପରେ ବହୁତ ପ୍ରଭାବ ଅଛି ଏବଂ ଯେଉଁମାନେ ନିଜ କ୍ୟାରିୟରରେ ସଫଳତା ହାସଲ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *