ଅଫିସରେ ଛୁଟି ନ ମିଳିବାରୁ ଭିଡିଓ କଲରେ ବିବାହ କଲେ ଯୁବକ

ମଣ୍ଡି: ଅଫିସରେ ବସ୍ ଛୁଟି ନ ଦେବାରୁ ଭିଡିଓ କଲରେ ବିବାହ କଲେ ଯୁବକ । ଭିଡିଓ କଲରେ ସବୁ ରୀନିତୀତି କରାଯିବା ସହ ଉଭୟ ବର-ବଧୂ ୩ଥର ‘କୁବୁଲ ହେ’ କହିଥିଲେ । ଏହା ପରେ ବିବାହ ସଂପନ୍ନ ହୋଇଥିଲା । ଏପରିି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହିମାଚଳ ପ୍ରଦେଶର ମଣ୍ଡିରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ହିମାଚଳ ପ୍ରଦେଶର ବିଲାସପୁରରେ ରୁହନ୍ତି ଅଦନାନ ମହମ୍ମଦ । ସେ ତୁର୍କିରେ ରୁହନ୍ତି । ତାଙ୍କର ବିବାହ ମଣ୍ଡିରେ ସ୍ଥିର ହୋଇଥିଲା । ବିବାହ ତାରିଖ ଧାର୍ଯ୍ୟ ହୋଇଥିଲେ ବି ତୁର୍କିରେ ଥିବା ଅଦନାନଙ୍କୁ ଅଫିସରେ ଛୁଟି ମିଳି ନ ଥିଲା । ଏଥିପାଇଁ ବିବାହ ତାରିଖ ଘୁଞ୍ଚାଇବାକୁ ଚିନ୍ତା କରିଥିଲେ ୨ପରିବାର । ହେଲେ କନ୍ୟାଙ୍କ ଜେଜେବାପାଙ୍କ ଦେହ ଖରାପ ଥିବାରୁ ସେ ଶୀଘ୍ର ବିବାହ ହେଉ ବୋଲି ଚାହୁଁଥିଲେ । ଏହାକୁ ଆଖି ଆଗରେ ରଖି ଅଦନାନ ଭିଡିଓ କଲରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିରେ ୨ପରିବାର ରାଜି ହେବା ପରେ ବିଲାସପୁରରୁ ବରାଯାତ୍ରୀ ଆସି ମଣ୍ଡିରେ ପହଞ୍ଚିଥିଲେ । ଏହା ପରେ ଭିଡିଓ କଲରେ ସବୁ ରୀତିନୀତି କରିଥିଲେ କାଜି । ଶେଷରେ ବର-କନ୍ୟା ପରସ୍ପରକୁ ‘କୁବୁଲ ହେ’ କହିଥିଲେ ଏବଂ ବିବାହ ସଂପନ୍ନ ହୋଇଥିଲା । କନ୍ୟାଙ୍କ ଦାଦା କହିଛନ୍ତି ଯେ, ଉନ୍ନତମାନର ଟେକ୍ନୋଲୋଜି ପାଇଁ ଏହା ସମ୍ଭବ ହୋଇପାରିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *