୩୫ ହଜାର ଉଚ୍ଚରେ ବିମାନର ଡୋର ଖୋଲି ଦେଲେ ଜଣେ ଯାତ୍ରୀ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଡୋର ଖୋଲି ଦେଲେ ଯାତ୍ରୀ । ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଲେ । ସ୍ପେନ୍‌ର ମାଡ୍ରିଡ୍ ବରାଜାସ ବିମାନ ବନ୍ଦରରୁ ଭେନେଜୁଏଲାର ରାଜଧାନୀ କାରାକାସ ଯାଉଥିବା ପ୍ଲସ୍ ଅଲଟ୍ରା ଫ୍ଲାଇଟ୍ ୭୦୧ରେ ଏଭଳି ଘଟଣା ଘଟିଛି ।

ପ୍ଲସ୍ ଅଲଟ୍ରା ଫ୍ଲାଇଟ୍‌ଟି ଆଟଲାଣ୍ଟିକ ମହାସାଗର ଉପରେ ପାଖାପାଖି ୩୫,୦୦୦ଫୁଟର ଉଚ୍ଚତାରେ ଉଡ଼ାଣ ଭରୁ ଥିଲା। ବିମାନର ଏମର୍ଜେନ୍ସି ଡୋର ପାଖରେ ବସିଥିବା ଜଣେ ଯୁବକ ହଠାତ୍ ଉଠି ଡୋର ଖୋଲିବାକୁ ଚେଷ୍ଟା କରିବାକୁ ଲାଗିଲେ। ଅନ୍ୟ ଯାତ୍ରୀମାନେ ତାଙ୍କୁ ଡୋରର ଲିଭର ଟାଣିବାର ଦେଖି ତୁରନ୍ତ ଆଲାର୍ମ ବଜାଇ ଥିଲେ। ଏହାପରେ ବିମାନର କ୍ରୁ ମେମ୍ୱର ମାନେ ଘଟଣା ସ୍ଥଳରେ ପହଞ୍ଚିଏହି ଯାତ୍ରୀଙ୍କୁ କାବୁ କରି ଥିଲେ।
ଏମର୍ଜେନ୍ସି ଗେଟ୍ ଖୋଲିବା କାରଣରୁ ଯାତ୍ରୀଙ୍କ ଠାରେ ଭୟ ବାତାବରଣ ସୃଷ୍ଟି ହୋଇଥିଲା। କିଛି ଯାତ୍ରୀ ନିଜ ସିଟ୍‌ରୁ ଉଠି ଡୋର ଆଡ଼କୁ ଦେଖିବାକୁ ଲାଗିଲେ, ତ କିଛି ଘାବରାଇ ଯାଇ ଚିତ୍କାର କରିବାକୁ ଲାଗିଲେ। ପରେ ଯୁବକଙ୍କୁ କାବୁ କରି ହାତକୁ ବାନ୍ଧି ଦେଇ ଥିଲେ।

ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ୟୁଜର୍ସ ସୁରକ୍ଷା ଉପାୟ ଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଛନ୍ତି, କିଛି ଫ୍ଲାଇଟ୍ କ୍ରୁ’ଙ୍କର ବାହାଦୂରୀର ପ୍ରଶଂସା କରିଛନ୍ତି। ହେଲେ ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି, ଏହି ଯାତ୍ରୀ ଏମିତି କାହିଁକି କଲେ ଏବଂ ତାଙ୍କ ବିରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *