ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଆକାଉଣ୍ଟକୁ ଟଙ୍କା ଯିବ । ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ। ଏନେଇ ମତ୍ସ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି ।

ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ। ସମ୍ବଲପୁର, ବାଲେଶ୍ୱର ଓ ଗଞ୍ଜାମରେ ନୂଆ ଓମଫେଡ୍ ପ୍ଲାଣ୍ଟ ଖୋଲିବା ନେଇ ସମୀକ୍ଷା ବୈଠକ ପରେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଏହା ସହ ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ ହେବ ବୋଲି ସେ କହିଥିଲେ । ଓମଫେଡ୍ କ୍ୱାଲିଟି ଓ କ୍ୱାଣ୍ଟିଟି ପାଇଁ ପ୍ଲାଣ୍ଟରେ ସିସିଟିଭି ସୁବିଧା ରହିବ । ଖୁବ ଶୀଘ୍ର ଓମଫେଡ୍ ପାଣି ଓ ଚକଲେଟ୍ ବଜାରକୁ ଆସିବ । ବିଭିନ୍ନ ପଞ୍ଚାୟତରେ ଓମଫେଡ୍ ପାର୍ଲର ଓ କ୍ଷୀର ଧାରା ମିଶନ ଖୋଲିବ । ସ୍ଥାନରେ ଓମଫେଡ୍ ପାର୍ଲର ଖୋଲାଯିବ । ଏବେ ୨୦ଟି କ୍ଷୀର ଧାରାକେନ୍ଦ୍ର ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । କ୍ଷୀରଧାରା କେନ୍ଦ୍ରରେ କ୍ଷୀର ଦେଲେ ଡିବିଟି ଜରିଆରେ ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । ଏହି ପରିପ୍ରେକ୍ଷୀରେ ଶୀଘ୍ର ଡିବିଟି ଲାଗୁ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *