ତାରକସୀ ହବ୍ ପାଇଁ ଜିଲ୍ଲା ପ୍ରଶାସନ-ଆଇଆଇଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷର

କଟକ : ସିଲ୍‌ଭର ସିଟି କଟକରେ ହେବ ତାରକସୀ ହବ୍‌। କଟକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ହୋଇଛି ଚୁକ୍ତି ସ୍ୱାକ୍ଷରିତ। ରାଜ୍ୟ ସରକାରଏହି ତାରକସୀ ହବ୍ ପାଇଁ ଅନୁଦାନ ପ୍ରଦାନ କରିବେ । ଭୁବନେଶ୍ୱର ଆଇଆଇଟି ଏଥିପାଇଁ ବୈଷୟିକ ସହାୟତା ଯୋଗାଇଦେବ।

ଡେରିରେ ହେଉ ପଛେ ୨୦୨୪ ମାର୍ଚ୍ଚରେ କଟକ ତାରକସୀ କାରୁକାର୍ଯ୍ୟକୁ ମିଳିଥିଲା ନୂତନ ପରିଚୟ । କଟକ ତାରକାସୀ କାମକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ ମାନ୍ୟତା ମିଳିଥିଲା। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା। ଜିଆଇ ମାନ୍ୟତା ମିଳିବା ପରେ ନିଖୁଣ କଟକି ତାରକସୀ କାମର ମୌଳିକତା ପୁଣି ଥରେ ବିଶ୍ୱ ବଜାରରେ ପ୍ରମାଣିତ ହୋଇଥିଲା । ଏବେ ପୁଣି ସିଲ୍‌ଭର ସିଟି କଟକରେ ତାରକସି ହବ୍ ହେବା ନେଇ ଘୋଷଣା ହୋଇଛି। ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିଲାଗି ରାଜ୍ୟ ସରକାର ଆର୍ôଥକ ସାହାୟତା ଯୋଗାଇ ଦେବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *