ଟ୍ରମ୍ପଙ୍କ ପାଇଁ ଚାଲିଛି ହୋମ ଯଜ୍ଞ, ଭିଡିଓ ଭାଇରାଲ

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଏବେ ସମସ୍ତଙ୍କ ନଜର କିଏ ହେବେ ଆମେରିକାର ନୂତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ହେଲେ ଏସବୁ ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ କରିଛନ୍ତି ହୋମ ଯଜ୍ଞ । ଏମିତି କି ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ବି କରୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସାଧୁମାନେ ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି ମହାନ କର’ ଭଳି ସ୍ଲୋଗାନ ଦେଉଛନ୍ତି । ଆମେରିକାର ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପାଇଁ ଆଧ୍ୟାତ୍ମିକ ଗୁରୁ ଏବଂ ମହାମଣ୍ଡଳେଶ୍ୱର ସ୍ୱାମୀ ବେଦାମୁତି ନନ୍ଦ ସରସ୍ୱତୀ ହୋମ ଯଜ୍ଞ କରୁଛନ୍ତି । ଟ୍ରମ୍ପଙ୍କ ଫଟୋରେ ତିଲକ ମଧ୍ୟ ଲଗାଇବା ସହ ମିଠା ବି ଖୁଆଉଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲୋନ୍ ମସ୍କ, ରବର୍ଟ ଏଫ୍ କେନେଡି ଜୁନିଅର ଏବଂ ବିବେକ ରାମା ସ୍ୱାମୀଙ୍କ ପୋଷ୍ଟର ସମ୍ମୁଖରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଭିଡିଓରେ ଏକ ପୋଷ୍ଟର ଦୃଶ୍ୟମାନ ହୋଇଛି ଯେଉଁଥିରେ ଲେଖା ଅଛି, ‘ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦିଅ।’

ଟ୍ରମ୍ପଙ୍କ ବିଜୟ ପାଇଁ ସାଧୁମାନେ ମନ୍ତ୍ରୋଚରାଣ କରିଛନ୍ତି। ଧାର୍ମିକ ଅନୁଷ୍ଠାନର ଆରମ୍ଭ ସ୍ୱାମୀ ସରସ୍ୱତୀ ଶଙ୍ଖ ବଜାଇ ଆରମ୍ଭ କରିଛନ୍ତି। ସେହିପରି ତାଙ୍କ ଅନୁଗାମୀମାନେ ଟ୍ରମ୍ପଙ୍କ ପୋଷ୍ଟର ଧରି ତାଙ୍କ ଚାରିପାଖରେ ବସିଛନ୍ତି। ହୋମ୍ ଯଜ୍ଞ ଆରମ୍ଭ ହେବା ମାତ୍ରେ ସ୍ୱାମୀ ସରସ୍ୱତୀ ଟ୍ରମ୍ପଙ୍କ ନାଁରେ ଦେବତାମାନଙ୍କୁ ଆହୁତି ଦେଉଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନଭିନ୍ନ ମତ ଦେଉଛନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ବିଜୟ ପାଇଁ କାହିଁକି ପ୍ରାର୍ଥନା କରୁନାହାଁନ୍ତି ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *