ମୁମ୍ବାଇ: ଶକ୍ତିମାନ ତଥା ଅଭିନେତା ମୁକେଶ ଖାନ୍ନାଙ୍କ ଉପରେ ରାଗିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତାଙ୍କ ଲାଳନପାଳନକୁ ନେଇ ମୁକେଶ ପ୍ରଶ୍ନ ଉଠାଇଥିବାରୁ ସେ ତାଙ୍କ ଉପରେ ବିରକ୍ତିଭାବ ଦେଖାଇଥିବା ଜଣାଯାଇଛି । କେବଳ ସେତିକି ନୁହେଁ, ଯଦି ଆଗକୁ ମୋର ଲାଳନପାଳନ ଉପରେ ପ୍ରଶ୍ନ କରିବେ ତେବେ ଲାଳନପାଳନ ପାଇଁ ମୁଁ ସମ୍ମାନର ଜବାବ ଦେଉଛି । ପରେ ସବୁକିଛି ଭୁଲିଯିବି ବୋଲି କହିଛନ୍ତି ସୋନାକ୍ଷୀ ।
ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ଶକ୍ତିମାନରେ ମୁଖ୍ୟ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ମୁକେଶ ଖାନ୍ନା । ନିଜର ବିବୃତ୍ତି ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ମୁକେଶ । ଦିନେ ସୋନାକ୍ଷୀ କେବିସିରେ ଭଗବାନ ହନୁମାନଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ । ଏହାକୁ ନେଇ ମୁକେଶ ସୋନାକ୍ଷୀଙ୍କୁ ଟ୍ରୋଲ କରିଥିଲେ । ଏହା ସହିତ ତାଙ୍କ ଲାଳନପାଳନ ଉପରେ ପ୍ରଶ୍ନ କରିଥିଲେ । ଏହାର କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ସୋନାକ୍ଷା ସିହ୍ନା ।
ସୋନାକ୍ଷୀ କହିଛନ୍ତି ଯେ, ନିକଟରେ ମୁକେଶ ଖାନ୍ନା ମୋ ପିତା ଶତୃଘ୍ନ ସିହ୍ନା ଓ ମୋର ଲାଳନପାଳନ ଉପରେ ପ୍ରଶ୍ନ କରିଥିଲେ । ମୁଁ କହି ରଖୁଛି କି ସେବେ କେବିସିରେ ଦୁଇଜଣ ମହିଳା ଥିଲେ ସେମାନେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜାଣିନଥିଲେ । କିନ୍ତୁ ତୁମେ କେବଳ ମୋ ନାମକୁ ନେଇଛ । ଆପଣ ବୋଧେ ପ୍ରଭୁ ରାମ ଦେଇଥିବା ଶିକ୍ଷାକୁ ଭୁଲି ଯାଉଛନ୍ତି ସେ ମଧ୍ୟ ମାତା କୈକେୟୀ ଓ ମନ୍ଥରାଙ୍କୁ କ୍ଷମା କହିଦେଇଥିଲେ । ରାବଣଙ୍କୁ ମଧ୍ୟ କ୍ଷମା କରିଥିଲେ ତେଣୁ ଆପଣଙ୍କୁ ଏହି ବିଷୟ ଭୁଲିବାକୁ ହେବ । ତା ମାନେ ନୁହେଁ ମୁଁ ତମୁକୁ ଭୁଲ ମାଗିବି ।
ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ଭଗବାନ ହନୁମାନଙ୍କ ଉପରେ ପଚରାଯାଇଥିବା ପ୍ରଶ୍ନ ଉତ୍ତର ଦେଇନପାରିବାରୁ ମୁକେଶ ଖାନ୍ନା କହିଥିଲେ ମୁଁ ଯଦି ଏବେ ଶକ୍ତିମାନ ହୋଇଥାନ୍ତି ତ ଆଜିର ପିଲାମାନଙ୍କୁ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ବିଷୟରେ ଶିକ୍ଷା ଦେଇଥାନ୍ତି ।