ଦମଦାର ଆକ୍ସନରେ ନଜର ଆସିଲେ ଭାଇଜାନ

ମୁମ୍ବାଇ: ପରଦାକୁ ଆସିବ ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ସିକନ୍ଦର। ଫିଲ୍ମ ରିଲିଜର ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନି।ସେପଟେ ମେକରର୍ସ ସିକନ୍ଦରର ନୂଆ ଟିଜର ରିଲିଜ କରିଛନ୍ତି। ଯାହା ଫ୍ୟାନ୍ସଙ୍କ ପାଇଁ ବଡ଼ ସରପ୍ରାଇଜ। ଫିଲ୍ମର ନୂଆ ଟିଜରରେ ସଲମାନଙ୍କ ଦମଦାର ଆକ୍ସନ ସିନ୍ ସହ ରଶ୍ମିକା ମନ୍ଦନାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି।

ସିକନ୍ଦରର ଟିଜର ସଲମାନଙ୍କ ଆକ୍ସନ ସିନରୁ ଆରମ୍ଭ ହେଉଛି। ଯେଉଁଥିରେ ସଲମାନ ଗୁଣ୍ଡାଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଟିଜରରେ ହିଁ ସଲମାନଙ୍କ ଡାଇଲଗ ଶୁଣିବାକୁ ମିଳିଛି। ଟିଜରରେ ରଶ୍ମିକା ମନ୍ଦନାଙ୍କ ଦୁଇ ତିନୋଟି ସିନ୍ ମଧ୍ୟ ଦେଖିବାକୁ ମିଳିଛି।

ସିକନ୍ଦର ଟିଜରରେ ସଲମାନ ଖାନ୍‌, ରଶ୍ମିକା ମନ୍ଦନାଙ୍କ ଡ୍ୟାନ୍ସ ସିନ୍ ମଧ୍ୟ ସାମିଲ କରାଯାଇଛି। ରଶ୍ମିକା ମନ୍ଦନା ତାଙ୍କ ଦମଦାମର ଅନ୍ଦାଜ ପାଇଁ ସ୍କିନ୍‌ରେ ଅଲଗା ଚମକ ଆଣିଛନ୍ତି। ଫିଲ୍ମରେ ସାଉଥ ଅଭିନେତା ସତ୍ୟାରାଜ ନେଗେଟିଭ ଚରିତ୍ରରେ ନଜର ଆସିଛନ୍ତି। ସଲମାନ ଖାନ ଟିଜର ସେୟାର କରି ଲେଖିଛନ୍ତି ‘ଯୋ ଦିଲୋଂ ପେ କରତା ହେ ରାଜ ୱୋ ଆଜ କହଲାତା ହେ ସିକନ୍ଦର’

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *