ମେଲବୋର୍ନ: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ପାଞ୍ଚ ଅର୍ଦ୍ଧଶତକ ଏବଂ ଏକ ଶତକୀୟ ସ୍କୋର କରାଯାଇଛି। ଏଥିରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି ସାମ କନଷ୍ଟାସ୍ଙ୍କ ଅର୍ଦ୍ଧ ଶତକ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ଭାରତୀୟ ଖେଳାଳି ନୀତୀଶ କୁମାର ରେଡ୍ଡୀ ଟେଷ୍ଟରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି । ଯାହାକୁ ସେ ଏକ ନିଆରା ଢଙ୍ଗରେ ସେଲିବ୍ରେଶନ୍ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ନୀତୀଶ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଟେଷ୍ଟ କ୍ୟାରିୟରର ତୃତୀୟ ମ୍ୟାଚର ଷଷ୍ଠ ଇନିଂସରେ ସେ ଏହି ଏକ ଶତକ ହାସଲ କରିଥିଲେ। ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ନୀତୀଶ କୁମାର ଏକ ଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ ପରେ ନୀତୀଶ ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପାଙ୍କ ଟ୍ରେଡ ମାର୍କ ସେଲିବ୍ରେଶନ୍ କରିଥିଲେ।