ମୁମ୍ବାଇ: ଅସୁସ୍ଥ ହୋଇ ପଡିଛନ୍ତି ଭେଟେରାନ ଅଭିନେତ୍ରୀ ସାଇରା ବାନୁ । ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ତାଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧି ଯାଇଛି। ଏହି କାରଣରୁ ସେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସାଇରା ଅସୁସ୍ଥ ଥିବା ଖବର ପ୍ରଚାରହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ସୁମନାସିଛନ୍ତି ।
ସାଇରା ବାନୁ ୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିଲେ । ସେ ଅଭିନେତା ଦିଲୀପ କୁମାରଙ୍କୁ ବିବାହ କରିଥିଲେ । ୨୦୨୧ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସାଇରା ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣାଯାଇଛି । ତାଙ୍କର ଏହି ବାର୍ତ୍ତା ତାଙ୍କ ପ୍ରଶଂସକଙ୍କ ପାଇଁ ଥିଲା ଯେଉଁମାନେ ତାଙ୍କ ଅସୁସ୍ଥତାର ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ଅସୁସ୍ଥତା ନେଇ ସାମ୍ବାଦିକ ବିକି ଲାଲୱାନି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ସାଇରା କିଛି ଦିନ ହେବ ଅସୁସ୍ଥ ଅଛନ୍ତି।