ନୂଆଦିଲ୍ଲୀ: ବଲିଉଡର କପୁର ପରିବାରକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଦିନ ରାଜ କପୁରଙ୍କ ପରିବାର ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଭେଟିବା ସହ ପ୍ରଧାନମନ୍ତ୍ରୀଙ୍କୁ ରାଜ କପୁର ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଛନ୍ତି କପୁର ପରିବାର। ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ ।
ପିଟିଆଇ ରିପୋର୍ଟ ଅନୁଯାୟୀ, ରାଜ କପୁରଙ୍କ ପରିବାରର ରଣବୀର କପୁର, ଆଲିଆ ଭଟ୍ଟ, ନୀତୁ ସିଂ, ରିଦ୍ଧିମା କପୁର ସାହନି, ଆଦର ଜୈନ, କରୀନା କପୁର ଖାନ, ସୈଫ ଅଲ୍ଲି ଖାନ, କରିସ୍ମା କପୁର, ଅରମାନ ଜୈନ ଏବଂ ତାଙ୍କ ପତ୍ନୀ ଅନିସା ମଲହୋତ୍ରା ଏବଂ ଅନ୍ୟ ପରିବାର ସଦସ୍ୟ ପିଏମ ମୋଦିଙ୍କୁ ଭେଟିଛନ୍ତି । ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପରିବାର ସମସ୍ତ ସଦସ୍ୟ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।
ଏହି ସମୟରେ କରିନା କପୁରଙ୍କ ଦୁଇ ପୁଅ ଜେହ ଏବଂ ତୈମୁର କପୁର ପରିବାର ସାଥିରେ ନଥିଲେ। କିନ୍ତୁ କରିନା ଦୁଇ ପୁଅଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଟ୍ରୋଗ୍ରାର୍ଫ ନେଇଛନ୍ତି। କରିନା ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଜେହ ଏବଂ ତୈମୁରଙ୍କ ନାଁ ଲେଖିଥିବା ଦେଖିବାକୁ ମିଳିଛି।
ଡିସେମ୍ବର ୧୪ରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତାଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ପିଭିଆର୍ ଆଇନକ୍ସ ଲିମିଟେଡ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି । ୧୩ ରୁ ୧୫ ଡିସେମ୍ବର ମଧ୍ୟରେ ୩୪ଟି ସହରର ୧୦୧ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ରାଜ କପୁରଙ୍କ ସିନେମା ପାଇଁ ଉତ୍ସର୍ଗୀକୃତ ହେବ ।
ଆୱାରା” (୧୯୫୧), “ଶ୍ରୀ ୪୨୦” (୧୯୫୫), “ସଙ୍ଗମ” (୧୯୬୪), “ମେରା ନାମ ଜୋକର୍” (୧୯୭୦) ପରି ଅନେକ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ ।ରାଜ କପୁରଙ୍କୁ ପଦ୍ମ ଭୂଷଣ ଏବଂ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । କପୁର ପରିବାର ଏବଂ ହିନ୍ଦୀ ସିନେମା ପାଇଁ ଏହା ଏକ ଉତ୍ସବର ସମୟ, କାରଣ ରାଜ କପୁରଙ୍କ ୧୦୦ ବର୍ଷ ପୂରଣ ହେଉଛି ।