ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ୭୮ତମ ଜନ୍ମଦିନ । ଏନେଇ ବହୁ ନେତା ଓ ମନ୍ତ୍ରୀଙ୍କ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦି ଲେଖିଛନ୍ତି, ସୋନିଆ ଗାନ୍ଧୀ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ଦୀର୍ଘ ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ସୋନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖାର୍ଗେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସାଧାରଣ ଜୀବନ ପ୍ରତି ଉତ୍ସର୍ଗୀକୃତ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି। ଲୋକଙ୍କ ଅଧିକାର ପାଇଁ ଛିଡା ହୋଇ ସେ ସାହସ ଏବଂ ସମ୍ମାନର ସହ ପ୍ରତ୍ୟେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି। ତାଙ୍କର ଜନସେବା ସମାଜ ପାଇଁ ସର୍ବଦା ଏକ ନୂତନ ଦିଗ ଦେଇଛି।