ଜିନ୍ସ ପିନ୍ଧିବାରୁ ଫିଡେ ଚାମ୍ପିୟନସିପ୍‌ରୁ ବାଦ୍ ପଡ଼ିଲେ ମାଗ୍ନାସ୍ କାର୍ଲସନ୍‌

ନୂଆଦିଲ୍ଲୀ: ଜିନ୍ସ ପିନ୍ଧିବାକୁ ନେଇ ଫିଡେ ଚାମ୍ପିୟନସିପ୍‌ରୁ ବାଦ୍ ପଡ଼ିଲେ ଚେସ୍ ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନାସ୍ କାର୍ଲସନ୍ । ବିଶ୍ୱ ରାପିଡ ଓ ବ୍ଲିଟ୍ଜ ଚାମ୍ପିୟନଶିପ୍‌ରେ ଡ୍ରେସ୍ କୋଡ୍ ଉଲ୍ଲଂଘନ କରିଥିବା ହୋଇଥିଲା ଅଭିଯୋଗ । ସେବେଠାରୁ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନ ମ୍ୟାଗ୍ନସ୍ କାର୍ଲସନଙ୍କ ଜରିମାନା ଓ ପରେ ଅଯୋଗ୍ୟ ଘୋଷଣା କରାଯାଇଛି । ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଫିଡେ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

କାର୍ଲସନ ଜିନ୍ସ ପିନ୍ଧି ଚାମ୍ପିୟନଶିପକୁ ଆସିଥିଲେ । ବାସ୍ତବରେ କାର୍ଲସନ୍ ତାଙ୍କ ମ୍ୟାଚ୍ ର ଅଷ୍ଟମ ରାଉଣ୍ଡ ଶେଷ ହେବା ପରେ ଜିନ୍ସ ପିନ୍ଧି ନୂଆ ରାଉଣ୍ଡ ଖେଳିବାକୁ ଆସିଥିଲେ। କିନ୍ତୁ ଏହା ଡ୍ରେସ୍ କୋଡ୍ ର ଉଲ୍ଲଂଘନ ବୋଲି ଫିଡେ କହିଛି । ସେମାନଙ୍କୁ ଡ୍ରେସ୍ ବଦଳାଇବାକୁ କୁହାଯାଇଥିଲା । କିନ୍ତୁ ସେ ରୋକଠୋକ୍ ମନା କରିଦେଇଥିଲେ । ତାଙ୍କୁ ପ୍ରଥମେ ୨୦୦ ଡଲାର ଜରିମାନା କରାଯାଇଥିଲା । ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଚେସ୍ ଖେଳାଳି ମାଗ୍ନାସ୍ କାର୍ଲସନ୍ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନ ହୋଇଛନ୍ତି । ସେ ବର୍ତ୍ତମାନ ଫିଡେ ବିଶ୍ୱ ଚେସ୍ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ଅଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *