ପାକିସ୍ତାନ: ପାକିସ୍ତାନର ଲାହୋର ସହର ବିଷୟରେ ତ ଆପଣମାନେ ଅନେକ କଥା ଶୁଣିଥିବେ। ପ୍ରକୃତରେ, ଲାହୋର ଏହାର ଐତିହାସିକ, ସାଂସ୍କୃତିକ ଏବଂ ସାହିତ୍ୟିକ ଐତିହ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ।କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଲାହୋରର ରାମାୟଣ କାହାଣୀ ସହିତ ସମ୍ପର୍କ ଅଛି? ହିନ୍ଦୁ ପୌରାଣିକ କାହାଣୀରେ ଲାହୋରର ନାମ ଲବପୁରୀ ଭାବରେ ଦେଖାଯାଏ, ଯାହାକୁ ଭଗବାନ ରାମଙ୍କ ପୁତ୍ର ଲବ ପ୍ରତିଷ୍ଠିତ କରିଥିଲେ।
ପାକିସ୍ତାନର ଖବରକାଗଜ ଡନ୍ ମଧ୍ୟ ୨୦୨୩ ମସିହାରେ ସ୍ୱୀକାର କରିଥିଲା ଯେ ଲାହୋର ଲବପୁରୀରୁ ଆରମ୍ଭ ହୋଇଥିଲା। ୧୯୪୭ ମସିହାରେ ବିଭାଜନ ସମୟରେ ଲାହୋର ଭାରତର ଏକ ଅଂଶ ହେବାକୁ ଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସାର୍ ସିରିଲ୍ ରାଡକ୍ଲିଫ୍ ସୀମାରେଖା ଟାଣିବାର ନିଷ୍ପତି ନେବାରୁ ଏହା ପାକିସ୍ତାନକୁ ଚାଲିଗଲା। କୁହାଯାଏ ଯେ ବିଭାଜନ ପୂର୍ବରୁ ମହିଳାମାନେ ଲାହୋରରେ ସ୍ୱାଧୀନତାର ସହ ବଞ୍ଚୁଥିଲେ। ବହାରକୁ ମଧ୍ୟ ଏକା ଯିବା ଆସିବା କରୁଥିଲେ। ଏଠାରେ ବାର୍ଡିସ୍କୋ ଏବଂ କ୍ଲବ୍ ସଂସ୍କୃତି ପ୍ରଚଳିତ ଥିଲା। କିନ୍ତୁ ୧୯୭୦ ପରେ, ଲାହୋର ଏହି ସ୍ୱାଧୀନତା ହରାଇଲା।
ବିଭାଜନ ଏବଂ ପରବର୍ତ୍ତୀ ପରିବର୍ତ୍ତର୍ନ ଲାହୋରର ସାଂସ୍କୃତିକ ଆତ୍ମାକୁ ଏକ ଗୁରୁତର ଆଘାତ ଦେଇଥିଲା। ଏହା ସୈଫ୍ ଜୁଲଫିଙ୍କ ଏକ କବିତାରେ ପ୍ରକାଶିତ ହୋଇଛି, ଯାହା ଲାହୋରର ହଜିଯାଇଥିବା ଗୌରବର କାହାଣୀ ବର୍ଣ୍ଣନା କରେ। ଆପଣଙ୍କୁ କହି ରଖୁଛୁ ଯେ ଲାହୋର ପାକିସ୍ତାନର ଦ୍ୱିତୀୟ ବୃହର୍ତ୍ତମ ସହର। ଏହାକୁ ପାକିସ୍ତାନର ହୃଦୟ କୁହାଯାଏ। ରବି ଏବଂ ୱାଘା ନଦୀ କୂଳରେ ଅବସ୍ଥିତ ଏହି ଭୂମି ସାହିତ୍ୟ, କଳା ଏବଂ ଶିକ୍ଷାର କେନ୍ଦ୍ର ହୋଇଆସିଛି।