ନୂଆଦିଲ୍ଲୀ: ମହାକାଶଚାରୀ ମହାକାଶରେ ମାସ ମାସ ଧରି ରୁହନ୍ତି। ସେଠାରେ କାମ କରିବା ସହ ଶୋଇବା, ଖାଇବା ଏବଂ କସରତ ମଧ୍ୟ କରନ୍ତି। ଏହାରି ଭିତରେ ଲୋକଙ୍କ ମନରେ ଏପରି ଅନେକ ଚିନ୍ତା ଆସେ ମହାକାଶରେ ମହାକାଶଚାରୀ ପୋଷାକ ବଦଳାନ୍ତି। ସେଠାରେ ସେମାନଙ୍କୁ ପୋଷାକ ଧୋଇବାରେ ସମସ୍ୟା ହୁଏ ନାହିଁ। ଯେତେବେଳେ ସେମାନେ ସେଠାରେ ୩ରୁ ୪ମାସ ରୁହନ୍ତି ଯଦି ପୋଷାକ ଧୋଇବାରେ ସମସ୍ୟା ହୁଏ ତେବେ ସେମାନେ ସେଠାରେ କ’ଣ କରନ୍ତି।
ଏହି ବିଷୟରେ ନାସା ଏବଂ ଅନ୍ୟ ସ୍ପେସ୍ ଏଜେନ୍ସି କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ସେମାନେ କହିଛନ୍ତି କି ମହାକାଶରେ ରହିଲେ ମଧ୍ୟ ମହାକାଶଚାରୀଙ୍କ ଅନ୍ତଃବସ୍ତ୍ର ଜଳଦି ଖରାପ ହୋଇଯାଏ। ଯାହା ପାଇଁ ମହାକାଶଚାରୀ ମହାକାଶକୁ ଯିବା ସମୟରେ ସେମାନେ ସାଥିରେ ଅଧିକ କପଡ଼ା ନେଇଥାନ୍ତି। କାହିଁକି ନାଁ ସ୍ପେସ୍ରେ ପୋଷାକ ଧୋଇବା ସମ୍ଭବ ନୁହେଁ କାରଣ ସେଠାରେ ପାଣି ନାହିଁ। ଯେଉଁଥିପାଇଁ ସେଠାରେ କପଡ଼ା ଧୋଇବା ସମ୍ଭବ ହୋଇପାରିବ ନାହିଁ। ଏପରିକି ମହାକାଶଚାରୀ ମାନେ ଯେଉଁ ପାଣି ପିଇଥାନ୍ତି ସେହି ଜଳକୁ ମଧ୍ୟ ବାରମ୍ବାର ସଫା କରିବାକୁ ପଡିଥାଏ।
ମହାକାଶରେ କପଡ଼ା ଜଲଦି ଖରାପ ହୁଏ ନାହିଁ କାରଣ ସେଠାରେ ଧୂଳି କି ମାଟି ନଥାଏ। ଯେଉଁଥିପାଇଁ ମହାକାଶଚାରୀ କିଛି ଦିନ ପାଇଁ କିମ୍ବା କିଛି ସପ୍ତାହ ପାଇଁ ପୋଷାକକୁ ପିନ୍ଧିପାରନ୍ତି। ମହାକାଶଚାରୀ ମହାକାଶରେ ଯେଉଁ କପଡ଼ା ପିନ୍ଧନ୍ତି ସାଧାରଣତଃ ଏହା ପୃଥିବିକୁ ଫେରିଆସେ। ଏହା ସଫା ପରେ ପୁଣି ବ୍ୟବହାର ଉପଯୋଗୀ ହୋଇଥାଏ।