ବିବାହ ବାର୍ଷିକୀରେ ସ୍ୱାମୀଙ୍କ ପାଇଁ ସୋହା କଲେ ଏଭଳି ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ ଏବଂ କୁନାଲ ଖେମୁ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋହା ଅଲୀ ଖାନ ଏବଂ କୁନାଲ ଖେମୁ ସେମାନଙ୍କର ୧୦ମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ସ୍ୱତନ୍ତ୍ର ଦିନରେ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କୁ ସ୍ୱତନ୍ତ୍ର ଭାବେ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିଣିଛି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୋହା ଅଲି ଖାନ ଇନଷ୍ଟାରେ କୁନାଲ ଖେମୁଙ୍କ ସହିତ ତାଙ୍କର ୧୦ ବର୍ଷ ବିବାହ ଯାତ୍ରାର ଖୁସିକୁ ପାଳନ କରି ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସୋହା, କୁନାଲଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ଥିବା ଦେଖାଯାଇଛି। ଭିଡିଓ ଆରମ୍ଭରୁ ସେମାନଙ୍କର ନିକାହ(ବିବାହ)ର ଭିଡିଓ ଥିବା ବେଳେ ପରେ ସେମାନେ ପରସ୍ପରକୁ ଆଲିଙ୍ଗନ କରିବାର, ପାର୍ଟିରେ ଯୋଗଦେବାର, ସାଧାରଣ ପୋଷାକ ପିନ୍ଧି ଆରାମ କରିବାର ଏବଂ ଛୁଟି ଉପଭୋଗ କରିବାର ଅନେକ ଫଟୋ ଓ ଭିଡିଓ ରହିଛି। ଏହି ସୁନ୍ଦର ଭିଡିଓ ସହିତ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଦଶ ବର୍ଷ ପରେ… ମୁଁ ଏବେ ବି ଭଲପାଉଛି ଏବଂ ମୁଁ ସବୁବେଳେ ଭଲପାଇବି ବୋଲି ଲେଖିଛନ୍ତି ସୋହା। ସୋହାଙ୍କ ଏହି ଭିଡିଓ ପରେ ତାଙ୍କ ପ୍ରଶଂସକ ଓ ବନ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *