ଫ୍ଲାଇଟ ହାଇଜ୍ୟାକ୍ କରୁଥିବା ଯୁବକଙ୍କୁ କାବୁ କଲେ କ୍ରୁ ମେମ୍ବର

ନୂଆଦିଲ୍ଲୀ: କଥାରେ ଅଛି, ‘ବିଛା ମନ୍ତ୍ର ନ ଜାଣି ସାପ ଲାଞ୍ଜରେ ହାତ ମାରିବା ଠିକ୍ ନୁହେଁ…’ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ମେକ୍ସକୋରେ । ଜଣେ ଯୁବକ ଏକ ଫ୍ଲାଇଟକୁ ହାଇଜ୍ୟାକ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ପରେ ଉକ୍ତ ଯୁବକଙ୍କୁ କ୍ରୁ ମେମ୍ବରମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମେକ୍ସିକାନର ଭୋଲାରିସ ୩୪୦୧ ଘରୋଇ ବିମାନ ଏଲ ବାଜିଓରୁ ତିଜୁଆନାକୁ ଉଡ଼ାଣ କରିଥିଲା । ବିମାନରେ ଥିବା ଜଣେ ଯୁବକ ବିମାନକୁ ହାଇଜ୍ୟାକ କରି ତିଜୁଆନା ପରିବର୍ତ୍ତେ ଗୁଆଦଲାଜାରକୁ ନେବା ପାଇଁ ଚେଷ୍ଟା କରିଥିଲେ । ଏମିତି କି ଯୁବକ ଜଣକ ବିମାନର ଜଣେ କ୍ରୁ ମେମ୍ବରକୁ ଆକ୍ରମଣ କରିଥିଲେ । ପରେ ଏୟାରକ୍ରାଫ୍ଟକୁ ନିଜ ଅକ୍ତିଆରକୁ ନେବା ପାଇଁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହେବା ପୂର୍ବରୁ ସେଣ୍ଟ୍ରାଲ ମେକ୍ସିକୋଠାରେ କ୍ୟୁ ମେମ୍ବରମାନେ ତାଙ୍କୁ କାବୁ କରି ନେଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବା ପରେ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ବିମାନଟି ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା । ଏହାରଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ବିମାନର ସମସ୍ତ ସଦସ୍ୟ ଏବଂ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *