ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ୨ ଦିନ ନୁହେଁ ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ସପ୍ତାହକୁ ମାତ୍ର ୪ ଦିନ କାମ କରିବେ । ଜନସଂଖ୍ୟା ହ୍ରାସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଛନ୍ତି ଏପରି ନିଷ୍ପତ୍ତି । ଆସନ୍ତା ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ ହେବ ।
ଜନ୍ମ ହାର ବା ପ୍ରଜନନ ହାରରେ ସୁଧାର ଆଣିବା ପାଇଁ ଜାପାନ ରାଜଧାନୀ ଟୋକିଓରେ ଏକ ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଆସନ୍ତାବର୍ଷ ଠାରୁ କର୍ମଚାରୀମାନେ ସପ୍ତାହରେ କେବଳ ୪ ଦିନ କାମ କରିବେ । ୩ ଦିନ ନେବେ ଅଫ୍ । ଏପ୍ରିଲ ମାସ ଠାରୁ ଏହି ନିୟମ ଲାଗୁ ହେବ । ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ଏନେଇ ଘୋଷଣା କରିଛନ୍ତି । ଜାଣିବାକୁ ମିଳିଛି ଯେ, କିଛି ବର୍ଷ ହେବ ଲୋକମାନେ ନିଜର ଶିଶୁମାନଙ୍କୁ ଠିକ ଭାବେ ଲାଳନପାଳନ କରିପାରୁ ନାହାନ୍ତି ।
ସେଥିଲାଗି ଅନେକ ଲୋକ ନିଜର କ୍ୟାରିୟର ଛାଡ଼ିବାକୁ ବାଧ୍ୟ ମଧ୍ୟ ହେଉଛନ୍ତି । ତେଣୁ ଲୋକମାନେ ସନ୍ତାନ ଜନ୍ମ ନ କରିବା ପଛରେ ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି । ବିଗତ ବର୍ଷଗୁଡ଼ିକରେ ଏଭଳି କିଛି ନୀତି କାରଣରୁ ଦେଶରେ ଜନସଂଖ୍ୟା ହାର କମିବାରେ ଲାଗିଛି । ସେଥିରେ ସୁଧାର ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ନୀତି ଗ୍ରହଣ କରାଯାଉଛି । ଏହି ଯୋଜନା ଲାଗୁ କରିବା ଫଳରେ ପିତାମାତାମାନେ ସେମାନଙ୍କର ପିଲାକୁ ଠିକରେ ଦେଖାଶୁଣା କରିପାରିବେ ।