କଏନ ଗଣିବା ପାଇଁ କର୍ମଚାରୀଙ୍କୁ ଲାଗିଲା ୫ଘଣ୍ଟା

ନୂଆଦିଲ୍ଲୀ: ୪୦ କିଲୋ ଓଜନର କଏନ୍ ଦେଇ ଗ୍ରାହକ ପୈଠ କଲେ ବିଦ୍ୟୁତ୍ ବିଲ୍ । ଆଉ ଏହି କଏନ୍‌କୁ ଗଣିବା ପାଇଁ ବିଦ୍ୟୁତ୍ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଲାଗିଗଲା ଦୀର୍ଘ ୫ ଘଣ୍ଟା । ମହାରାଷ୍ଟ୍ରର ୱାଶିମରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବିଦ୍ୟୁତ କମ୍ପାନି ବକେୟା ବିଜୁଳି ବିଲ ପୈଠ ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୱାଶିମ ଜିଲ୍ଲାର ରିସୋଡ ସହରର ଜଣେ ଗ୍ରାହକ ୭,୧୬୦ ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ଟଙ୍କାକିଆ ଓ ଦୁଇ ଟଙ୍କିଆ ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁଦ୍ରାଗୁଡ଼ିକର ମୋଟ ଓଜନ ପ୍ରାୟ ୪୦ କିଲୋଗ୍ରାମ ରହିଥିଲା।

ମହାବିତାରଣ ବିଦ୍ୟୁତ୍ କମ୍ପାନିର କର୍ମଚାରୀମାନେ ଗ୍ରାହକଙ୍କଠାରୁ ଏହି କଏନଗୁଡ଼ିକୁ ସଂଗ୍ରହ କରି ମୋଟରସାଇକେଲରେ ଏକ କିଲୋମିଟର ଦୂର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି କଏନଗୁଡ଼ିକୁ ଗଣିବା ପାଇଁ ତିନି ଜଣ ବିଦ୍ୟୁତ କର୍ମଚାରୀ ଲାଗିପଡ଼ିଲେ । ଏଥିଲାଗି ସେମାନଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗିଥିଲା। ଏହି ମୁଦ୍ରାଗୁଡ଼ିକ ପ୍ରଚଳନରେ ଥିବାରୁ ମହାବିତରଣ କର୍ମଚାରୀମାନେ ଗ୍ରାହକଙ୍କଠାରୁ ମୁଦ୍ରା ଗ୍ରହଣ କରିବାକୁ ମନା କରିବାର କୌଣସି କାରଣ ନ ଥିଲା ବୋଲି ବିଦ୍ୟୁତ ବିଭାଗ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତିି।

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଦେଖିବାକୁ ମିଳିଛି ଯେ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଟେବୁଲ ଉପରେ ବିପୁଳ ପରିମାଣରେ କଏନ୍ ରଖାଯାଇଛି । ଏହାକୁ କର୍ମଚାରୀମାନେ ଗଣୁଥିବାର ନଜର ଆସିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *