ଡେରାଡୁନ: ସଡ଼କ ଦୁର୍ଘଟଣା। ଏକାସାଙ୍ଗରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ। ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଯୁବତୀ ଓ ୩ ଯୁବକ ଅଛନ୍ତି।
ସମସ୍ତଙ୍କ ଘର ଡେରାଡୁନ ଆଖପାଖ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ବୟସ ୨୫ ବର୍ଷରୁ କମ୍ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଗତକାଲି ରାତିରେ ୭ ଯୁବକଯୁବତୀ ଏକ କାର୍ରେ ଡେରାଡୁନ ସହର ବୁଲି ବାହାରିଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡେରାଡୁନର ଓଏନ୍ଜିସି ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ରୁ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।