ସେଲିବ୍ରେଟି କ୍ରିକେଟ ଲିଗ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ୧୬ ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍‌ର ୧୧ତମ ସଂସ୍କରଣ । ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର। ସୌଜନ୍ୟମୂଳକ ସାକ୍ଷାତ ସହ ମୁଖ୍ୟମନ୍ତ୍ରୀଙ୍କୁ ମ୍ୟାଚ୍ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଚଳିତବର୍ଷ ସାତଟି ଦଳକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଛି।

ଆସନ୍ତା ୧୬ ତାରିଖରେ ପଞ୍ଜାବ ଦି ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ, ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ। ସମସ୍ତ ଗ୍ରୁପ୍‌-ଷ୍ଟେଜ୍ ମ୍ୟାଚ୍ ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, କଟକ ଏବଂ ସୁରଟରେ ଖେଳାଯିବ। ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି। ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ। ଏଥିସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ବୋନି ଓ ଅର୍ଜୁନ କହିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *