ଷ୍ଟାର ହୋଟେଲ୍‌ରେ ଟଙ୍କା ଦେଲେ ମିଳୁଛି ବିଶୁଦ୍ଧ ବାୟୁ

ନୂଆଦିଲ୍ଲୀ: ଭାରତର ମେଟ୍ରୋ ସହରଗୁଡିକରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିମଧ୍ୟରୁ ଦିଲ୍ଲୀ କଥା ନ କହିବା ଭଲ । ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଦିଲ୍ଲୀବାସୀଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ପ୍ରଦୂଷଣର ଚାଦର ତଳେ ରହିଛି ଦିଲ୍ଲୀ ସହର। ଧୂଆଁଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଃଶ୍ୱାସୀ ଅନୁଭବ କରୁ ଛନ୍ତି। ଏହି କାରଣ ଯୋଗୁଁ ବିଭିନ୍ନ ହୋଟେଲ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି । ବିଳାସପୂର୍ଣ୍ଣ ରହଣୀ ପାଇଁ ହୋଟେଲ ଗୁଡିକ ଚେଷ୍ଟା କରୁଥିବା ବେଳେ ବର୍ତ୍ତମାନ ଶୁଦ୍ଧ ବାୟୁ ବିକ୍ରି କରୁଛନ୍ତି ଷ୍ଟାର ହୋଟେଲ । ଏହା ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ଏବଂ ଉପଭୋକ୍ତାମାନେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ।

ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଅନେକ ତାରକା ହୋଟେଲ ବର୍ତ୍ତମାନ ସ୍ୱଚ୍ଛ ବାୟୁକୁ ସେମାନଙ୍କ ସୁବିଧାଗୁଡ଼ିକର ଏକ ଅଂଶ କରିପାରିଛନ୍ତି । ନିକଟରେ ଜଣେ ଏକ୍ସ ୟୁଜର୍ସ ଏକ ହୋଟେଲର ଫଟୋ ସେୟାର କରି ଲେଖିଛନ୍ତି, ଦୂଷିତ ବାୟୁ ପାଇଁ ଯାତ୍ରୀମାନେ କଲବଲ ହେଉଥିବା ବେଳେ ଏଠାରେ ବିଶୁଦ୍ଧ ବାୟୁ ଉପରେ ଗୁରୁତ୍ୱପ୍ରଦାନ କରାଯାଉଛି । ଦିଲ୍ଲୀର ପ୍ରଦୂଷଣ ସତ୍ତ୍ୱେ ହୋଟେଲ ଭିତରେ ବାୟୁ ଗୁଣବତ୍ତା ବିଷୟରେ ସୂଚନା ଦିଆଯାଇଥିଲା । ଆମେରିକୀୟ ବିଲିୟନେୟାର ବ୍ରାଏନ ଜନସନ ଦି ଓବରୋଇର ଏକ ସାଇନ୍ ବୋର୍ଡର ଫଟୋ ସେୟାର କରି ଏହା ଉଲ୍ଲେଖ କରିଛନ୍ତି । ଶୁଦ୍ଧ ବାୟୁ ଲୋକଙ୍କର ଆବଶ୍ୟକତା ପାଲଟିଥିବା ବେଳେ ଏକ ତାରକା ହୋଟେଲ ନିଜ ସେବାରେ ଶୁଦ୍ଧ ବାୟୁକୁ ଅନ୍ତର୍ଭୁକ୍ତ କରିଛି । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ଜଣ ଏହାକୁ ଉତ୍ତମ ପଦକ୍ଷେପ ବୋଲି କହୁଥିବା ବେଳେ ଆଉ କିଛି ଜଣ କହିଛନ୍ତି, ବାହାରେ ଯଦି ଦୂଷିତ ବାୟୁ ରହିଛି ହୋଟେଲରେ କଣ ସମ୍ପୁର୍ଣ୍ଣ ବିଶୁଦ୍ଧ ବାୟୁ ମିଳିପାରିବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *