ଆଜିଠୁ ପ୍ରୟାଗରାଜ ଅଭିମୁଖେ ଗଡ଼ିବ ୮ ବସ୍‌

ବ୍ରହ୍ମପୁର: ଆଉ ଦିନକ ପରେ ଆରମ୍ଭ ହେବ ମହାକୁମ୍ଭମେଳା । ଏଥିଲାଗି ଓଡ଼ିଶାରୁ ଗଡ଼ିବ ବସ୍ । ଆଜିଠାରୁ ରାଜ୍ୟରୁ ୮ଟି ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିବ । ବ୍ରହ୍ମପୁରଠାରୁ ଏହି ବସ୍ ଚଳାଚଳର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବସଗୁଡ଼ିକର ଶୁଭାରମ୍ଭ କରାଯିବ

ମହାକୁମ୍ଭକୁ ବସ ଚଳାଚଳ ନେଇ ଉତ୍ସାହିତ ଅଛନ୍ତି ରାଜ୍ୟବାସୀ । କୁମ୍ଭମେଳାରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏହି ବସସେବା ଆଜିଠାରୁ ଫେବୃୟାରୀ ୨୬ ପର୍ଯ୍ୟନ୍ତ ଚାଲିବ । ବସରେ ସ୍ଲିପର ସିଟ୍ ରହିବା ସାଙ୍ଗକୁ ମୋବାଇଲ୍ ଚାର୍ଜିଂର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହାଛଡ଼ା ବସରେ ସେଫ୍ଟି ସିଷ୍ଟମ, ପ୍ୟାନିକ୍ ବଟନ ଏବଂ ଜିପିଏସ୍ ଟ୍ରାକିଂର ବ୍ୟବସ୍ଥା ଅଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *