କାରକୁ ଦିଆଗଲା ସମାଧି; ଯୋଗଦେଲେ ୧୫ ହଜାର ଲୋକ

ଗାନ୍ଧୀନଗର : ସାଧାରଣତଃ ସାଧୁ ଏବଂ ସନ୍ଥମାନେ ସମାଧି ନେଉଥିବା ବିଷୟରେ ଆପଣମାନେ ଶୁଣିଥିବେ । କିନ୍ତୁ ଆପଣ କେବେ କୌଣସି କାରକୁ ସମାଧି ଦିଆଯାଉଥିବା ଦେଖିଛନ୍ତି ନା ଶୁଣିଛନ୍ତି ? ହେଲେ ବର୍ତ୍ତମାନ ଗୁଜରାଟରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଏକ ପରିବାର ସେମାନଙ୍କ ପାଇଁ ଶୁଭ ଥିବା କାରକୁ ସମାଧି ଦେଉଛନ୍ତି। କେବଳ ସେତିକି ନୁହେଁ, ୧୫୦୦ ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିବା ଜଣାଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଗୁଜୁରାଟର ଅମ୍ରୋଲିରେ ଏହି ଘଟଣା ଘଟିଛି। ଗୁଜରାଟର ଆମରେଲି ଜିଲାର ଲାଠି ତାଲୁକାର ପାଦରସିଙ୍ଗା ଗାଁର ବାସିନ୍ଦା ସଞ୍ଜୟ ପୋଲାରା । ସେ ଏକ ୱାଗନର କାର କିଣିଥିଲେ । ଯାହା ତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ସଞ୍ଜୟ ଓ ତାଙ୍କ ପରିବାର ସେମାନଙ୍କ ଚାଷ ଜମିରେ ୧୨ ବର୍ଷ ଧରି ସହାୟତା କରିଆସୁଥିଲା ଏହି କାର । ଶେଷରେ ଏହି କାରର ସମାଧି ଦେବାକୁ ଚିନ୍ତା କରିଥିଲେ ସଞ୍ଜୟ । ସଞ୍ଜୟ ତାଙ୍କ କାର ପାଇଁ ଏକ ଅନ୍ତିମ ସଂସ୍କାରର ଆୟୋଜନ କରିଥିଲେ। ୧୫ଫୁଟ ଗଭୀର ଗାତ ଖୋଳି କାରକୁ ପୋତି ଦେଇଥିଲେ ଏବଂ ପରେ ୧୫୦୦ ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ। ଏହି ପୁରା କାର୍ଯ୍ୟକ୍ରମରେ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେଉଁଥିରେ ପୋଲାରା ଏବଂ ତାଙ୍କ ପରିବାର ତାଙ୍କ ଫାର୍ମରେ କାରର ଶେଷ ରୀତିନୀତି କରୁଥିବା ଦେଖାଯାଇଥିଲା। ସଞ୍ଜୟ ତାଙ୍କର ୧୨ ବର୍ଷ ପୁରୁଣା ୱାଗନ୍ ଆର କାରକୁ ସମାଧି ଦେବା ପାଇଁ ୧୫ଫୁଟ ଗଭୀର ଗାତ ଖୋଳିଥିଲେ। ସମାଧି ଦେବା ପୂର୍ବରୁ କାରକୁ ପ୍ରଥମେ ଫୁଲରେ ସଜା ଯାଇଥିଲା। ଏହା ପରେ କାରକୁ ଖାଲ ପର୍ଯ୍ୟନ୍ତ ନିଆଯାଇ ସମାଧି ଦିଆଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *