ବଡ଼ ପରଦା ପରେ ଏବେ ଓଟିଟିରେ ଆସିବ

ମୁମ୍ବାଇ: ଦୀପାବଳୀ ଅବସରରେ ରିଲିଜ ହୋଇଥିଲା ହରର- କମେଡି ଫିଲ୍ମ ‘ଭୂଲ ଭୂଲୈୟା ୩’। ଭୂଲ ଭୂଲୈୟା ୩ଟି ଯାକ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଭୂଲ ଭୂଲୈୟା-୩ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ୨୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ଏହି ଫିଲ୍ମ। ସିଂଘମ ଏଗେନ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଥିଲା କାର୍ତ୍ତିକଙ୍କ ଏହି ଫିଲ୍ମ। ସିନେମା ଘରେ ଗୋଟେ ମାସ ପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିବା ପରେ ଏବେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି ‘ଭୂଲ ଭୂଲୈୟା ୩’।

ଫିଲ୍ମରେ କାର୍ତ୍ତିକଙ୍କ ସହିତ ତୁପ୍ତି ଡିମାରୀ, ବିଦ୍ୟା ବାଲନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଅତିଥି କଳାକାର ଭାବେ ମାଧୁରୀ ଦୀକ୍ଷିତ ମଧ୍ୟ ଫିଲ୍ମରେ ନଜର ଆସିଛନ୍ତି। ସମସ୍ତ କଳାକାର ଫ୍ୟାନ୍ସଙ୍କୁ ତାଙ୍କ ଅଭିନୟରେ ବାନ୍ଧି ରଖିଥିଲେ। ଦର୍ଶକ ମଧ୍ୟ ଫିଲ୍ମ ସହିତ ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ।

‘ଭୂଲ ଭୂଲୈୟା ୩’ନେଟଫିକ୍ସରେ ରିଲିଜ ହେବ। ୨୭ ଡିସେମ୍ବରରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ। ଓଟିଟିରେ ଫିଲ୍ମ ରିଲିଜ ହେବାକୁ ନେଇ ଦର୍ଶକ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି। ନୂଆ ବର୍ଷ ଅବସରରେ ଏହି ଫିଲ୍ମ ଫ୍ୟାନ୍‌ସଙ୍କୁ ଖୁସି ଖବର ଦେବେ।

‘ଭୂଲ ଭୂଲୈୟା ୩’ ସହିତ ସିନେମା ଘରେ ରିଲିଜ ହୋଇଥିଲା ସିଂଘମ ଏଗେନ୍‌। ଦର୍ଶକ ଭାବିଥିଲେ ଅଜୟ ଦେବଗନଙ୍କ ଫିଲ୍ମ କାର୍ତ୍ତିକଙ୍କ ଫିଲ୍ମକୁ ପଛରେ ପକାଇଦେବା। କିନ୍ତୁ ପ୍ରକୃତରେ କିଛି ଓଲଟା ହୋଇଛି। କାର୍ତ୍ତିକଙ୍କ ଫିଲ୍ମ ଅଜୟଙ୍କ ଫିଲ୍ମକୁ ପଛରେ ପକାଇଦେଇଛି। ଏବେ ଓଟିଟିରେ ମଧ୍ୟ ସମସ୍ତଙ୍କ ରେକର୍ଡ କାଟିବାକୁ ଆସୁଛି ‘ଭୂଲ ଭୂଲୈୟା ୩’।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *