ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବେ ଅମିର

ମୁମ୍ବାଇ: ପୁଣି ବର ସାଜିବେ ବଲିଉଡ଼ର ଚକୋଲେଟ୍ ଅଭିନେତା ଅମିର ଖାନ୍ । ତାଙ୍କ ପ୍ରଯୋଜନା ସଂସ୍ଥାରେ କାମ କରୁଥିବା ଗୌରୀ ସ୍ପ୍ରେଟ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ଅମିର । ଉଭୟ ଦୀର୍ଘ ୧୮ ମାସ ହେଲାଣି ଏକାଠି ରହୁଛନ୍ତି । ଆଉ ଖୁବ୍‌ଶୀଘ୍ର ସେମାନେ ବିବାହ କରିବାକୁ ଯାଉଛନ୍ତି । ନିଜେ ଅମିର ଏହା ସ୍ପଷ୍ଟ କରିଛନ୍ତି ।

ଗୌରୀ ସ୍ପ୍ରେଟ ଜଣେ ଆଙ୍ଗେ୍ଲା-ଇଣ୍ଡିଆନ ମହିଳା । ତାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି । ଅମିର ଖାନଙ୍କ ପ୍ରଯୋଜନା କମ୍ପାନୀରେ କାମ କରନ୍ତି ଗୌରୀ । ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ଅଛି। ଅମିର ଏବଂ ଗୌରୀ ୨୫ ବର୍ଷ ଧରି ପରସ୍ପରକୁ ଜାଣନ୍ତି । କିନ୍ତୁ ୧୮ମାସ ହେଲା ସେମାନେ ପ୍ରେମ ସମ୍ପର୍କରେ ଅଛନ୍ତି । ଅମିର ଗୌରୀଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଛନ୍ତି । ତାଙ୍କ ପରିବାର ଏବଂ ବନ୍ଧୁମାନେ ଗୌରୀଙ୍କୁ ପସନ୍ଦ କରିଛନ୍ତି।

ଅମିର ନିକଟରେ ଗୌରୀଙ୍କ ସହିତ ତାଙ୍କ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ଆଉ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ଏକ ଗଣମାଧ୍ୟମ ଆଲୋଚନା ସମୟରେ ତାଙ୍କୁ ଗଣମାଧ୍ୟମ ସାମ୍ନାରେ ପରିଚିତ କରାଇଛନ୍ତି। ଗୌରୀଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ, ସେ ବ୍ଲୁ ମାଉଣ୍ଟେନ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଛନ୍ତି । ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ, ଷ୍ଟାଇଲିଂ ଏବଂ ଫଟୋଗ୍ରାଫିରେ କଳାରେ ଫାଉଣ୍ଡେଶନ ଡିଗ୍ରୀ (କଳାରେ ଫାଉଣ୍ଡେସନ ଡିଗ୍ରୀ) ହାସଲ କରିଛନ୍ତି। ଆମିର ଖାନ ହଠାତ୍ ତାଙ୍କ ସମ୍ପର୍କର ଖୁଲାସା କରି ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି।

କହି ରଖୁଛୁ , ଅମିର ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ବିବାହର ୧୬ ବର୍ଷ ପରେ ୨୦୨୧ରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେଇଥିଲେ। ଏହି ନିଷ୍ପତ୍ତି ପାଇଁ କିରଣ ରାଓ ତାଙ୍କ ବ୍ୟକ୍ତିଗତ ସ୍ପେସ୍‌କୁ ଦାୟୀ କରିଛନ୍ତି। ସେ କହିଥିଲେ ଯେ ଛାଡପତ୍ର ପରେ ମଧ୍ୟ, ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ବନ୍ଧୁତା ଏବଂ ପାରିବାରିକ ସମ୍ପର୍କ ରହିଛି । ଛାଡପତ୍ର ସତ୍ତ୍ୱେ, ଅମିର ଏବଂ କିରଣ ସେମାନଙ୍କ ସମ୍ପର୍କର ସକାରାତ୍ମକ ଦିଗଗୁଡ଼ିକୁ ବଜାୟ ରଖିଛନ୍ତି। କିରଣ କହିଥିଲେ ଯେ ଅମିର ତାଙ୍କର ବନ୍ଧୁ । ଅନେକ ଦୃଷ୍ଟିରୁ ତାଙ୍କର ଗୁରୁ । ସେମାନେ ପରସ୍ପରର ପରିବାରକୁ ନିଜର ପରିବାର ବୋଲି ମାନିଥାନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *