ଗାଜର ଖାଇ ଜଣଙ୍କର ମୃତ୍ୟୁ, ନ ଖାଇବାକୁ ଚେତାବନୀ

ନୂଆଦିଲ୍ଲୀ: ଗାଜର ନେଲା ଜୀବନ । ଆମେରିକାରେ ଗାଜର ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଗାଜରକୁ ଆମେରିକାର ସମସ୍ତ ଷ୍ଟୋରରୁ ଫେରାଇବାକୁ କୁହାଯାଇଛି। ଏମିତିକି ଗାଜର ନ ଖାଇବାକୁ ଚେତାବନୀ ଦିଆଯାଇଛି । ଆମେରିକାର ଇ-କୋଲି ବ୍ୟାକ୍ଟେରିଆ ପ୍ରକୋପ ଯୋଗୁଁ ଏହି ନିଷ୍ପତ୍ତି ହୋଇଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ରବିବାର ଦିନ ଗ୍ରିମୱେ ଫାର୍ମ ଦ୍ୱାରା ପ୍ରମୁଖ ଦୋକାନ ବଜାରରେ ବିକ୍ରି ହୋଇଥିବା ଗାଜରକୁ ନେଇ ଚେତାବନୀ ଦେଇଛି। ସିଡିସି ଏହାର ବିବୃତ୍ତିରେ କହିଛି ଯେ, ଏପର୍ଯ୍ୟନ୍ତ ଆମେରିକାର ୧୮ ଟି ରାଜ୍ୟରେ ଗାଜର ସମ୍ବନ୍ଧୀୟ ଇ କୋଲି ସଂକ୍ରମଣର ୩୯ ଟି ମାମଲା ରୁଜୁ ହୋଇଛି। ସେବେଠାରୁ ସିଡିସି ଲୋକଙ୍କୁ ଗାଜର ନ ଖାଇବାକୁ ଚେତାବନୀ ଦେଇଛି। ସିଡିସି କହିଛି ଯେ ପ୍ରଭାବିତ ଗାଜର ଆମେରିକାର ଷ୍ଟୋରରେ ଆଉ ଉପଲବ୍ଧ ନାହିଁ। କିନ୍ତୁ ଲୋକଙ୍କ ଘରେ ଥାଇପାରେ। ଯାହାକୁ ପ୍ରଥମେ ନଷ୍ଟ କରିବା ଆବଶ୍ୟକ ।

ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁଯାୟୀ,ଗ୍ରିମୱେ ଫାର୍ମଗୁଡିକ ମଧ୍ୟ ଆମେରିକାରେ ଗାଜରର ପ୍ରକୋପ ହେତୁ କାନାଡା ଏବଂ ପୁଏର୍ତୋ ରିକୋର ଷ୍ଟୋରରୁ ଗାଜରକୁ ସ୍ୱେଚ୍ଛାକୃତ ଭାବେ ଫେରାଇବାକୁ କହିଛନ୍ତି। କାଲିଫର୍ନିଆରେ ଅବସ୍ଥିତ ଗ୍ରିମୱେ ଫାର୍ମ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ କମ୍ପାନୀ କହିଛି ଯେ, କମ୍ପାନୀ ଏହାର ଚାଷ ଏବଂ ଅମଳ ପଦ୍ଧତିର ସମୀକ୍ଷା କରୁଛି । ସିଡିସି ଅନୁଯାୟୀ, ଏସ୍େଚରିଚିଆ କୋଲି ଜୀବାଣୁ ଦ୍ୱାରା ହେଉଥିବା ସଂକ୍ରମଣ। ଏହାର ଅଧିକାଂଶ ରୂପ ମଣିଷ ଏବଂ ପଶୁମାନଙ୍କ ଅନ୍ତନଳୀରେ ବାସ କରେ ଏବଂ ଯାହା କ୍ଷତିକାରକ ନୁହେଁ । କିନ୍ତୁ ଏପରି କିଛି ଇ କୋଲି ବ୍ୟାକ୍ଟେରିଆ ଅଛି ଯାହା ଖାଇବା ପରେ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏହା ପାକସ୍ଥଳୀ ରୋଗର ଆଶଙ୍କା ବଢାଇପାରେ । ଏହି ଜୀବାଣୁଙ୍କର ମୁଖ୍ୟ ଲକ୍ଷଣ ମଧ୍ୟରେ ଡିହାଇଡ୍ରେସନ୍ ବାନ୍ତି, ପେଟ ଯନ୍ତ୍ରଣା ଏବଂ ଜ୍ୱର ଇତ୍ୟାଦି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *