ଦ୍ୱିତୀୟ ସନ୍ତାନ ନେଇ କିଛି ଏଭଳି ସଂକେତ ଦେଲେ ଆଲିୟା

ମୁମ୍ବାଇ: ପୁଣି ମା’ ହେବେ କି ଆଲିୟା। ରଣବୀର ଆଲିୟା ଦ୍ୱିତୀୟ ସନ୍ତାନ ନେଇ ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି। ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନର ସମ୍ଭାବନା ବିଷୟରେ ମୁହଁ ଖୋଲିଛନ୍ତି।

ରଣବୀରଙ୍କୁ ପ୍ରାୟତଃ ତାଙ୍କ ଝିଅ ସହିତ ସମୟ ବିତାଉଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ଝିଅର ନାମରେ ଏକ ଟାଟୁ ମଧ୍ୟ କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ଝିଅ ସହିତ ଖେଳୁଥିବାର ଏବଂ ତାକୁ ଗୀତ ଶୁଣାଉଥିବାର ଅନେକ ସମୟରେ ନଜର ଆସିଛନ୍ତି। ରଣବୀର ଆଉ ଏକ ଶିଶୁ ଯୋଜନା କରିବାର ସଙ୍କେତ ଦେଇଛନ୍ତି।

ଏକ ସାକ୍ଷାତକାରରେ, ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ, ସେ ଖୁବ୍‌ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି? ଏହାର ଜବାବରେ ରଣବୀର କହିଥିଲେ, ଆଶା କରୁଛି ଶୀଘ୍ର କରିବି। ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି। ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା। ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି। ନିକଟରେ ଆଲିଆ କହିଥିଲେ, ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ, ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *