ଭଲ ପିତାମାତା ହେବା ପାଇଁ ଆରମ୍ଭ ହେବ ଡିପ୍ଲୋମା କୋର୍ସ

ନୂଆଦିଲ୍ଲୀ: ଗୋଟେ ପିଲାକୁ ଲାଳନପାଳନ କରି ଭଲ ମଣିଷ କରି ଗଢି ତୋଳିବା ଛୋଟକଥା ନୁହେଁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରି ପିଲାଙ୍କ କଥା ବୁଝିବା କଷ୍ଟକର ହୋଇ ପଡ଼ୁଛି । ସେଥିଲାଗି ଅଧିକାଂଶ ସମୟ ବାପାମାଆମାନେ ବିରକ୍ତଭାବ ଦେଖାଇଥାନ୍ତି । ଭଲପାଇବା ସହ ସେମାନଙ୍କୁ ଠିକ୍ ଭାବେ ଗଢିବା ଲାଗି ଅଭିଭାବକଙ୍କୁ ଭୁଲ୍‌-ଠିକ୍ ବିଷୟରେ ଜାଣିବା ଆବଶ୍ୟକ। ଏଥିସହ ଦୁନିଆର ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ମଧ୍ୟ ସେମାନଙ୍କୁ ଶିଖାଇବା ଆବଶ୍ୟକ।

ଅଭିଭାବକଙ୍କର ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଦିଲ୍ଲୀ ଟିଚର୍ସ ୟୁନିର୍ଭସିଟି ପକ୍ଷରୁ ପ୍ୟାରେଣ୍ଟସ୍ ହେବାର ଟ୍ରେନିଂ ଦିଆଯିବ। ଏହି ପ୍ରଶିକ୍ଷଣରେ ଅଭିଭାବକଙ୍କୁ ଶିକ୍ଷା ଦିଆଯିବ ଯେ, ସେମାନେ ନିଜ ପିଲାଙ୍କର ମାନସିକ ସ୍ଥିତି କିପରି ବୁଝିବେ। ବିପରୀତ ପରିସ୍ଥିତିରେ କିପରି ପିଲାଙ୍କ ସହ ବ୍ୟବହାର କରିବେ ଏବଂ କିପରି ସେମାନଙ୍କୁ ଭଲ ମଣିଷ କରିବା ପାଇଁ ପ୍ରେରିତ କରିବେ। ଏ ସମ୍ପର୍କରେ ଦିଲ୍ଲୀ ଟିଚର୍ସ ୟୁନିର୍ଭସିଟିର କୁଳପତି ପ୍ରଫେସର ଧନଞ୍ଜୟ ଜୋଶୀ କହିଛନ୍ତି ଯେ, ଏହା ଏକ ଡିପ୍ଲୋମା କୋର୍ସ। ଏହାର ନାମ ଫ୍ୟାମିଲି ଭ୍ୟାଲ୍ୟୁଜ ଆଣ୍ଡ ପ୍ୟାରେଣ୍ଟିଂ ହେବ, ଯାହାକୁ ଟ୍ରେଣ୍ଡ ଟିଚର୍ସ ପଢାଇବେ। ଏହି ପାଠ୍ୟକ୍ରମର ଅବଧି ୬ ମାସ ରହିବ। ଏହା ଚଳିତ ବର୍ଷ ଆରମ୍ଭ ହେବାକୁ ପ୍ରୟାସ ଜାରି ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *