କେବେ କେଉଁ ଲୋକଙ୍କୁ ଦିଆଯାଏ ଏହି ସମ୍ମାନ

ନୂଆଦିଲ୍ଲୀ: ଆପଣମାନେ ୨୧ ତୋପ ସଲାମି ବିଷୟରେ ନିଶ୍ଚିତ ଶୁଣିଥିବେ କିମ୍ବା ପଢ଼ିଥିବେ। ହେଲେ କ’ଣ ଆପଣ ଜାଣିଛନ୍ତି ଏହା କେବେ ଏବଂ କେଉଁ ଲୋକମାନଙ୍କୁ ଦିଆଯାଏ। ଗଣତନ୍ତ୍ର ଦିବସ ହେଉ କି ସ୍ୱତନ୍ତ୍ରତା ଦିବସ କିମ୍ବା ଅନ୍ୟ କୌଣସି ଖାସ୍ ଅବସରରେ ୨୧ ତୋପ ସଲାମି ଦେବାରୁ ପରମ୍ପରା ରହିଛି। ଇଂରାଜୀଙ୍କ ସମୟରୁ ଚାଲିଆସିଥିବା ଏହି ପରମ୍ପରା ୧୫୦ ବର୍ଷ ପୁରୁଣା।

୨୧ ତୋପର ରାଜକୀୟ ସମ୍ମାନ ମାହାତ୍ମା ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ସବମୟରେ ମଧ୍ୟ ଦିଆଯାଇଥିଲା। ପୂର୍ବରୁ ଏହି ସମ୍ମାନ କେବଳ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବତ୍ତମାନ ଏବଂ ପୂର୍ବ ସଦସ୍ୟଙ୍କ ପ୍ରତି ଏହା ଥିଲା। ଏହା ପରେ ଏହ ତାଲିକାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭା ଅଧ୍ୟକ୍ଷଙ୍କ ନାମ ମଧ୍ୟ ଯୋଡ଼ା ଯାଇଥିଲା।

ଏହା ପରେ ନିଜ ନିଜ ରାଜ୍ୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ରାଜକୀୟ ସମ୍ମାନରେ କରିବା ପାଇଁ ମଧ୍ୟ ଅନୁମତି ମିଳିଥିଲା। ଭାରତରେ ଗଣତନ୍ତ୍ର ଦିବସ ପରେଡରେ ୨୧ ତୋପର ପାଖାପାଖି ୨.୨୫ ସେକେଣ୍ଡ ଭିତରେ ଗୁଳିଚାଳନା କରାଯାଏ। ଏପରି କରାଯାଏ କାରଣ ରାଷ୍ଟ୍ରୀୟ ଗୀତ ପରେ ତିନି ରାଉଣ୍ଡରେ ୭ ତୋପର ସଲାମି ଦିଆଯାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *