ମହାକୁମ୍ଭରେ ଭିଡ ଦେଖି ଅଫିସରଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ କିଛି ଦିନ ହେବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଛି । ଟ୍ରାଫିକ ଜାମ୍ ପୂରା ପ୍ରୟାଗରାଜକୁ ଅଚଳ କରିଦେଇଛି । ସହରର ସବୁ ଗଳି କନ୍ଦିରେ ଗହଳି, ଭିଡର ଭୟଙ୍କର ସ୍ଥିତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଭିଡର ସାମ୍ନା କରୁଛନ୍ତି । ଆଉ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଭୁଶୁଡି ପଡିଛି ପ୍ରୟାଗରାଜର ସମ୍ପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା । ଯିଏ ଯୁଆଡେ ପାରୁଛି ପଳାଉଛି, ଗାଡି ପୂରାଇ ଦେଉଛି । ସଙ୍ଗମ ସ୍ଥଳ ପାଇଁ ରାସ୍ତା ଅଲଗା, ଅନ୍ୟ ସ୍ଥାନକୁ ଯିବାକୁ ଦିଗ ଅଲଗା କରାଯାଇଥିଲେ ବି ନିୟମ ମାନିବାକୁ ନାରାଜ ସମସ୍ତେ । ଅଳ୍ପରେ ସୁବିଧାରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚିି ହେବ ସେପନ୍ଥା ଆପଣାଉଛନ୍ତି ଲୋକେ ।

ତେବେ ମହାକୁମ୍ଭର ଏହି ମହାଜାମ୍ ଦେଖି ତାତି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ପୋଲିସ ଅଫିସରଙ୍କ ଉପରେ ରାଗିଛନ୍ତି । ୨ ଆଇପିଏସ ଅଫିସରଙ୍କ ଉପରେ ଖପ୍ପା ହୋଇଛନ୍ତି ଯୋଗୀ । କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ୱ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନଗୁଡ଼ିକରେ ଆପଣ ଦାୟିତ୍ୱହୀନ ଭାବେ କାମ କରିଛନ୍ତି, ଯାହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ମହାକୁମ୍ଭର ବଡ ବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଧାସିଧା ଶୁଣାଇ ଦେଇଛନ୍ତି ଯୋଗୀ । ତେବେ ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏମିତି ହେଉଛି ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *