୧୨ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି

ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି । ଦୀର୍ଘ ୧୨ ବର୍ଷ ପରେ ରଣଜୀ ଖେଳିବେ ବିରାଟ । ୧୨ ବର୍ଷର ବନବାସ ପରେ ଘରୋଇ କ୍ରିକେଟ୍‌କୁ ଫେରିବାକୁ ଯାଉଛନ୍ତି ଏହି କିଂବଦନ୍ତି ବ୍ୟାଟର୍ । ଏଥିଲାଗି ସେ ଦିଲ୍ଲୀରେ ପହଞ୍ଚିଛନ୍ତି । କୁହାଯାଉଛି ଯେ, ରଣଜୀ ଖେଳିବା ଯୋଗୁ କୋହଲି ଥିବା ଖରାପ ଫର୍ମରୁ ବାହାରିବା ପାଇଁ ଚେଷ୍ଟା କରିବେ । ରେଳବାଇ ବିପକ୍ଷରେ ବିରାଟ ନିଜ ଘରୋଇ ଦଳ ଦିଲ୍ଲୀର ପ୍ରତିନିଧିତ୍ୱ କରୁଥିବାର ବହୁ ପ୍ରତୀକ୍ଷିତ ଦୃଶ୍ୟ ଦେଖିବାକୁ ପ୍ରଶଂସକ ବି ଚାହି ବସିଛନ୍ତି।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିରେ ମୈଦାନକୁ ଓହ୍ଲାଇବେ ବିରାଟ କୋହଲି । ରଣଜୀ ଟ୍ରଫି ଖେଳିବା ପାଇଁ ବିରାଟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କୋହଲି ଅଭ୍ୟାସ କରୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଖେଳାଳିମାନଙ୍କ ସହ କୌତହଳ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ବିରାଟଙ୍କ ପାଇଁ ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସେ ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ । ତେବେ ୧୨ ବର୍ଷ ପରେ ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି । ରଣଜୀ ଖେଳିବା ଯୋଗୁ କୋହଲି ଥିବା ଖରାପ ଫର୍ମରୁ ବାହାରିବା ପାଇଁ ଚେଷ୍ଟା କରିବେ । ୨୦୨୪ରେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରିବା ପରେ ଏବେ ରଣଜୀ ଖେଳିବାକୁ କଠିନ ପରିଶ୍ରମ କରୁଛନ୍ତି କୋହଲି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *