ଏହି ସମୟରେ ନାବାଳକଙ୍କୁ ଫିଲ୍ମ ହଲକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ତେଲେଙ୍ଗାନା ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଯେ, ୧୬ ବର୍ଷରୁ କମ ବୟସର ପିଲାମାନେ ଏଣିକି ଫିଲ୍ମ ହଲକୁ ସକାଳ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ଫିଲ୍ମ ଦେଖିବାକୁ ଯାଇପାରିବେନି। ହାଇକୋର୍ଟଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଫିଲ୍ମ ଟିକେଟର ଦର ବୃଦ୍ଧି ଏବଂ ସ୍ପେଶାଲ ଶୋ ପାଇଁ ପରମିଟ ସହ ସମ୍ବନ୍ଧୀୟ ପିଟିସନ ଉପରେ ଶୁଣାଣି ପରେ ଆସିଛି।

ବିଚାରପତି ବିଜୟସେନ ରେଡ୍ଡୀ କହିଛନ୍ତି ଯେ, ସକାଳୁ ବା ବିଳମ୍ବିତ ରାତିରେ ଫିଲ୍ମ ଦେଖିବା ପିଲାମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଫିଲ୍ମ ପୁଷ୍ପା-୨ର ପ୍ରିମିୟର ସମୟରେ ସଂଧ୍ୟା ଥିଏଟରରେ ହୋଇଥିବା ଦଳଚକଟାକୁ ମନେ ପକାଇ କହିଛନ୍ତି ଯେ, ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ସିନେମାଟୋଗ୍ରାଫି ନିୟମ ଅନୁସାରେ, ପିଲାମାନଙ୍କୁ ସକାଳ ୮ଟା ୪୦ ପୂର୍ବରୁ ଏବଂ ରାତି ୧.୩୦ ପରେ ଫିଲ୍ମ ଦେଖିବାର ଅନୁମତି ଦିଆଯିବା ଆବଶ୍ୟକ ନୁହେଁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *