ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଦୃଷ୍ଟି ଆକର୍ଷଣ କଲେ କାଇ ଟ୍ରମ୍ପ

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ କାଇ ଟ୍ରମ୍ପ । ଏହି ସମାରୋହରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଟ୍ରମ୍ପ କ୍ୟାପିଟାଲ ହିଲ ଭିତରେ ଥିବା ରୋଟୁଣ୍ଡା ହଲରେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ପରିବାର ମଧ୍ୟ ହଲରେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ଉତ୍ସବର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶପଥ ଗ୍ରହଣ ସମାରୋହ ସମୟରେ, ହଲରେ ଉପସ୍ଥିତ ଲୋକଙ୍କ ଶାରୀରିକ ଭାଷା, ଆଚରଣ ଏବଂ ପୋଷାକ ଉପରେ ଆଲୋଚନା କରାଯାଉଛି।

ଗୋଟିଏ ପଟେ, ଏଲୋନ ମସ୍କଙ୍କ ନାଜି ସାଲ୍ୟୁଟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ଡୋନାଲ୍ଡ ଟ୍ରମ୍ପଙ୍କ ୧୭ ବର୍ଷୀୟା ନାତୁଣୀ କାଇ ମ୍ୟାଡିସନ ଟ୍ରମ୍ପଙ୍କୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କର ଡ୍ରେସିଂ ସେନ୍ସକୁ ପ୍ରଶଂସା କରୁଛନ୍ତି। ଅନେକ ଲୋକ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ମଧ୍ୟ ହୋଇଗଲେଣି।

ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ଶପଥ ଗ୍ରହଣ ଉତ୍ସବ ସାର କିଛି ଝଲକ ମଧ୍ୟ ସେୟାର କରିଛନ୍ତି। ତାଙ୍କର ଚମତ୍କାର ଲୁକ ସେୟାର କରି ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଦି ବିଗ ଡେ!’ ଫଟୋରେ, କାଇଙ୍କୁ ମିଡନାଇଟ ବ୍ଲୁ ଷ୍ଟ୍ରାପ୍ଲେସ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳୁଛି। ସେ ଏକ ଚମକଦାର ଗାଉନ ପିନ୍ଧି ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି। ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ଇନାଗରେଶନ ବଲ ଡ୍ୟାନ୍ସ ରେଡି’।

କାଇ ମ୍ୟାଡିସନ ଟ୍ରମ୍ପ ହେଉଛନ୍ତି ଡୋନାଲ୍ଡ ଜୁନିଅର ଏବଂ ଭାନେସା ହେଡେନଙ୍କ ବଡ଼ ଝିଅ। ସେ ନିଜର ୟ୍ୟୁଟୁବ ଚ୍ୟାନେଲ ଚଳାଉଛନ୍ତି। ସେ ଇନଷ୍ଟାଗ୍ରାମରେ ମଧ୍ୟ ବହୁତ ସକ୍ରିୟ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *