ମଙ୍ଗଳ ଦୋଷ ଦୂର ପାଇଁ ଆସିଥାନ୍ତି ଅନେକ ଭକ୍ତ

ମଧ୍ୟପ୍ରଦେଶ ର ଉଜ୍ଜୟିନୀକୁ ସ୍ୱୟଂ ମହାକାଳଙ୍କ ନଗରୀ କୁହାଯାଏ। ଏଥିସହ ମହାକାଳଙ୍କ ଏହି ନଗରୀରେ ବହିଯାଉଥିବା ସିପ୍ରା ନଦୀ ମୋକ୍ଷଦାୟିନୀ ନଦୀ ରୂପେ ସବୁଠି ପରିଚିତ । ସିପ୍ରାର ପବିତ୍ର ତଟରେ ରହିଛି ଉଜ୍ଜୟିନୀ ନଗରୀ । ଏଠାରେ ମଙ୍ଗଳଙ୍କ ଏପରି ଏକ ମନ୍ଦିର ରହିଛି ଯାହା ଅମଙ୍ଗଳକୁ ମଙ୍ଗଳରେ ପରିବତ୍ତନତ୍ତ କରିଦେଇଥାଏ। ଏଠାରେ ମଙ୍ଗଳ ଦେବା ଭଗବାନ ମଙ୍ଗଳନାଥ ରୂପେ ପୂଜା ପାଇଥାନ୍ତି। କୁହାଯାଏ ଯଦି କାହାର ମଙ୍ଗଳ ଦୋଷ ରହିଛି ତେବେ ସେ ଏଠାକୁ ଆସି ପୂଜା କରିପାରିବେ । ଏପରି କଲେ ମଙ୍ଗଳ ଦୋଷ ଦୂର ହୋଇଯାଏ।

ଭଗବାନ ମଙ୍ଗଳନାଥ ମନ୍ଦିରର ମାନ୍ୟତା ରହିଛି ଖୁବ ପ୍ରାଚୀନ । ଦେଶରେ ମଙ୍ଗଳ ଦେବଙ୍କ ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ ମଙ୍ଗଳନାଥ ମନ୍ଦିରରେ ମଙ୍ଗଳଙ୍କ ପୂଜା କରିବାର ଗୁରୁତ୍ୱ ଅନ୍ୟ କୌଣସି ସ୍ଥାନରେ ନାହିଁ। ମାନ୍ୟତା ରହିଛି ଏଠାରେ ପୂଜା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜାତକରେ ଥିବା ଦୋଷ ଦୂର ହୋଇଯାଇଥାଏ। ସେହିଭଳି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଭାରି ହୋଇଥାନ୍ତି ସେହି ବ୍ୟକ୍ତିମାନେ ନିଜ ଗ୍ରହ ଶାନ୍ତି ପାଇଁ ମଙ୍ଗଳନାଥ ମନ୍ଦିରରେ ପୂଜା-ପାଠ କରିବାକୁ ଆସିଥାନ୍ତି। ମଙ୍ଗଳନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଜାତକରେ ଉଗ୍ରରୂପ ଧାରଣ କରିଥିବା ମଙ୍ଗଳ ଦେବ ଶାନ୍ତ ହୋଇଯାନ୍ତି। ଏହିକାରଣରୁ ଯେଉଁ ନବବିବାହିତଙ୍କ ଯୋଡିରେ ମଙ୍ଗଳ ଦୋଷ ରହିଥାଏ ସେମାନେ ପ୍ରତ୍ୟେକ ବର୍ଷ ଏଠାରେ ପୂଜା-ପାଠ କରିବା ପାଇଁ ଆସିଥାନ୍ତି।

ଭଗବାନ ମଙ୍ଗଳନାଥଙ୍କ ଇତିହାସ କୁ ଦେଖିଲେ କୁହାଯାଏ ଅନେକ ଶତାଦ୍ଦୀ ପୂର୍ବରୁ ଥିବା ଏହି ପ୍ରାଚୀନ ମନ୍ଦିର ସିନ୍ଧିୟା ରାଜପରିବାରଙ୍କ ଦ୍ୱାରା ପୂନଃନିର୍ମାଣ କରାଯାଇଥିଲା। ଏଠାରେ କରାଯାଉଥିବା ମଙ୍ଗଳ ପୂଜାର ବିଶେଷ ମହତ୍ୱ୍ୱ ରହିଛି। ଭକ୍ତଙ୍କ ଦ୍ୱାରା ଏଠାରେ ମଙ୍ଗଳନାଥଙ୍କୁ ଶିବ ରୂପେ ପୂଜା କରାଯାଇଥାଏ। ମଙ୍ଗଳବାର ଦିନ ଏଠାରେ ପୂଜା କରିବା ପାଇଁ ବହୁ ଦୂର-ଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥାନ୍ତି।

ଏହି ମନ୍ଦିରରେ କରାଯାଇଥିବା ନବଗ୍ରହଙ୍କ ପୂଜା ବିଶେଷ ଲାଭ ଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଏଠାରେ ଶାନ୍ତ ମନରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଉଗ୍ର ରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି। ସାଧାରଣତଃ ଦିନରେ ଏଠାରେ ସକାଳ ୬ଟାରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନ ବିଶେଷ ଉତ୍ସବର ଆୟୋଜନ କରାଯାଇଥାଏ। ଆପଣଙ୍କର ଯଦି ଏପରି କିଛି ସମସ୍ୟା ଥାଏ ତେବେ ନିହାତି ରୂପେ ଥରେ ଆସି ଏଠାରେ ପ୍ରଭୁଙ୍କର ଦର୍ଶନ କରନ୍ତୁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *