ନୂଆଦିଲ୍ଲୀ: ଏକା ସାଙ୍ଗରେ ୩୧ କୁକୁରଙ୍କୁ ବ୍ରିଜ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ସେଥିମଧ୍ୟରୁ ୨୦ କୁକୁରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଗୁଡ଼ିକ ଗୁରୁତର ଆହତ ହୋଇଛନ୍ତି । ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା । ି ।ଏହି ଘଟଣା ବର୍ତ୍ତମାନ ଜିଲ୍ଲାରେ ଚିନ୍ତାର କାରଣ ସାଜିଛି । ଏନେଇ ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।
ତେବେ କିଏ ଏବଂ କାହିଁକି ଏଭଳି କୁକୁରଙ୍କୁ ଗଣହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଇନ୍ଦ୍ରକରଣ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୨୦ଟି କୁକୁରର ନମୁନାକୁ ଏଫଏସଏଲକୁ ପଠାଯାଇଛି । କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ତଦନ୍ତ କରୁଛି ପୋଲିସ । ଆହତ କୁକୁରଙ୍କ ଚିକିତ୍ସା ଜାରି ରହିଛି ।