ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବନି ଓଡ଼ିଶା

ଭୁବନେଶ୍ୱର: ଏଥର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଗତବର୍ଷ ପାଳିତ ୭୫ତମ ରିପବ୍ଲିକ୍ ଡେ’ ପରେଡରେ ରାଜ୍ୟ କାଟେଗୋରୀରେ ଓଡ଼ିଶା ପ୍ରଥମ ପୁରସ୍କାର ହାସଲ କରିଥିଲା । କିନ୍ତୁ ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ରିଜେକ୍ଟ କରିଦିଆଯାଇଥିବା ଜଣାଯାଇଛି ।

ତେବେ ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ଭାରତ ପର୍ବ କାର୍ଯ୍ୟକ୍ରମରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ସ୍ଥାନ ଦିଆଯାଇଛି । ଏହି ପର୍ବ ବୁଲିବାକୁ ଆସୁଥିବା ବ୍ୟକ୍ତି ପ୍ରଜ୍ଞାପନ ମେଢ଼କୁ ଦେଖିପାରିବେ । ଏହି କାର୍ଯ୍ୟକ୍ରମ ଜାନୁୟାରୀ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲାଠାରେ ଅନୁଷ୍ଠିତ ହେବ । ଦାଦ୍ରା ନଗର ହାବେଲି, ଡାମନ, ଡିଉ ଏବଂ ଚଣ୍ଡିଗଡ଼ ଭଳି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡର ପ୍ରଜ୍ଞାପନ ମେଢ଼ ୨୬ ଜାନୁଆରୀ ପରେଡରେ ସ୍ଥାନ ପାଇଛନ୍ତି ।

ଚଳିତ ବର୍ଷ ପାଇଁ ସାଧାରଣତନ୍ତ୍ର ଦିବସର ଶୀର୍ଷକ ରହିଛି ‘ସ୍ୱର୍ଣ୍ଣିମ ଭରତ: ବିରାସତ ଓ ବିକାଶ’ । ସେହିପରି ଏଥରକ କର୍ତ୍ତବ୍ୟପଥରେ ପରେଡ୍ ଜଲଦି ସାରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ୯୦ ମିନିଟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସାରିବା ନେଇ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଥାଇ ମଧ୍ୟ ଓଡ଼ିଶା ଗଣତନ୍ତ୍ର ଦିବସରୁ ବାଦ୍ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *