ମନୁ ଭାକର,ଡି ଗୁକେଶଙ୍କ ସମେତ ୪ ଖେଳାଳିଙ୍କୁ ମିଳିବ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ଅଲମ୍ପିକ୍‌ରେ ଯୋଡ଼ା ପଦକଧାରୀ ମନୁ ଭାକର ଓ ଚେସ୍ ଚାମ୍ପିୟନ୍ ଡି ଗୁକେଶଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ମିଳିବ। ଚାରି ଭାରତୀୟ ଖେଳାଳିଙ୍କୁ ମିଳିବ ଏହି ଖେଳ ରତ୍ନ ସମ୍ମାନ । କ୍ରିଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳୁଛି । ମନୁ ଭାକର ଓ ଡି ଗୁକେଶଙ୍କ ବ୍ୟତୀତ ଏହି ତାଲିକାରେ ରହିଛନ୍ତି ପୁରୁଷ ହକି ଦଳ କ୍ୟାପଟେନ ହରମନପ୍ରୀତି ସିଂ ଓ ପାରା ଆଥଲେଟ୍ ପ୍ରବୀଣ କୁମାର।

ଆସନ୍ତା ୧୭ ତାରିଖରେ ମେଜର ଧ୍ୟାନ୍ ଚାନ୍ଦ୍ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ଚାରିଜଣ ଖେଳାଳିଙ୍କ ନାମ ଗୁରୁବାର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ ଭାରତୀୟ ଖେଳାଳିଙ୍କୁ ସମ୍ମାନିତ କରାଯିବ।

ଖେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କମିଟିର ସୁପାରିସକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍‌, କୋଚ୍‌, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିିର ହୋଇଛି । ସେହିପରି ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ମାନୁ ଭାକର ସମ୍ମାନଜନକ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ତାଲିକାରୁ ବାଦ ପଡିଥିବା ନେଇ ବିବାଦ ଉପୁଜିଥିଲା। ସୁଟରଙ୍କ ପିତା ତଥା ପ୍ରଶିକ୍ଷକ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସମାଲୋଚନା କରିଥିଲେ। ମନୁଙ୍କ ପିତା ରାମ କିଶନ ଭାକର କହିଥିଲେ ଯେ, ତାଙ୍କ ଝିଅକୁ ସୁଟର ବଦଳରେ କ୍ରିକେଟର କରାଇବାରଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *