କାହିଁକି ପତାକାରେ ଅଛି ହିନ୍ଦୁ ମନ୍ଦିର


ନୂଆଦିଲ୍ଲୀ: କମ୍ବୋଡିଆ ଦୁନିଆର ଏକମାତ୍ର ଦେଶ ଯାହାର ରାଷ୍ଟ୍ରୀୟ ପତାକାରେ ହିନ୍ଦୁ ମନ୍ଦିର ଚିତ୍ର ରହିଛି। ଏହି ଜାତୀୟ ପତାକାରେ ଅଙ୍କରୱାଟ ମନ୍ଦିର ସ୍ଥାନ ପାଇଛି। ଯାହା ହିନ୍ଦୁ ସଂସ୍କୃତିର ପ୍ରତୀକ। ଅଙ୍କରୱାଟ ମନ୍ଦିର ଦୁନିଆର ବଡ଼ ଧାର୍ମିକ ସ୍ଥଳ ମଧ୍ୟରେ ଏକ। ସୂଚନା ଅନୁସାରେ ୧୨ତମ ଶତାବ୍ଦୀରେ ଏହାକୁ ନିର୍ମାଣ କରାଯାଇଥିଲା।

ଏହି ମନ୍ଦିର କମ୍ବୋଡିଆର ସାସ୍କୃତିକ, ଧାର୍ମିକ ଏବଂ ଐତିହାସିକର ଏକ ମହତ୍ୱପୂର୍ଣ୍ଣ ଅଂଶ। କମ୍ବୋଡିଆ ଜାତୀୟ ପତାକାରେ ୩ଟି ପଟି ରହିଛି। ଉପର ଏବଂ ତଳ ନୀଳ ରଙ୍ଗର ପଟି ଥିବା ବେଳେ ମଝିରେ ଲାଲ ପଟି ରହିଛି। ଲାଲ ପଟି କେନ୍ଦ୍ରରେ ଧଳା ରଙ୍ଗରେ ଅଙ୍କୁରୱାଟ ମନ୍ଦିର ଛବି ରହିଛି। ପତାକାର ନୀଳ ରଙ୍ଗ ରାଜଶାହୀର ପ୍ରତୀକ। ଲାଲ ରଙ୍ଗ ରାଷ୍ଟ୍ର ଏବଂ ସେଠାକାର ଲୋକଙ୍କ ପ୍ରତିନିଧିତ୍ୱ କରେ। ଧଳା ରଙ୍ଗ ଅଙ୍କରୱାଟ ମନ୍ଦିରର ଧାର୍ମିକ ମହତ୍ୱକୁ ଦର୍ଶାଏ। ଅଙ୍କରୱାଟ କେବଳ ଯେ କମ୍ବୋଡିଆ ଇତିହାସ ଏବଂ ସାସ୍କୃତିର ପ୍ରତୀକ ତାହା ନୁହେଁ। ବରଂ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ।

ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି। ହିନ୍ଦୁ ଧର୍ମ ସହିତ ଏହାର ଇତିହାସ ଜଡ଼ିତ। ଏହା ପରେ ଏହା ବୌଦ୍ଧ ଧର୍ମରେ ପରିବର୍ତ୍ତନ ହୋଇଥିଲା। କମ୍ବୋଡିଆ ଧାର୍ମିକ ବିବିଧତାକୁ ପ୍ରଦର୍ଶିତ କରାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *