ନୂଆଦିଲ୍ଲୀ: ସୁନୀତା ୱିଲୀୟମ୍ସ ନାଁ ହିଁ ସମସ୍ତଙ୍କ ପାଇଁ ଯଥେଷ୍ଟ। ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା। ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି ଜଣେ ସାହାସୀ ମହାକାଶଚାରୀ ହେଲେ ସୁନୀତା ୱିଲିୟମ୍ସ। ସୁନୀତା ୱିଲିୟମ୍ସ ୭-୧୦ ଦିନିଆ ମିଶନରେ ମହାକାଶକୁ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ଗତ ୧୮୨ ଦିନ ଧରି ସେଠାରେ ଅଟକି ରହିଛନ୍ତି। ଏତେ ଅସୁବିଧା ସତ୍ତ୍ୱେ ସେ ନିଜ ଜୀବନକୁ ପାଣି ଛଡାଇ ମହାକାଶରେ ରହିବା ସହଜ କଥା ନୁହେଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏପରି ସାହାସିକ କାମ ପାଇଁ ନାସା ତାଙ୍କୁ କେତେ ଦରମା ଦିଏ।
ନାସା ହେଉଛି ବିଶ୍ୱର ସର୍ବବୃହତ ମହାକାଶ ସଂସ୍ଥା। ସୂଚନା ଅନୁଯାୟୀ, ନାସାରେ ସାଧାରଣ ନାଗରିକ ମହାକାଶଚାରୀଙ୍କ ଦରମା ଆମେରିକା ସରକାରଙ୍କ ଦରମାନାମା ଦ୍ୱାରା ର୍ନିଣ୍ଣୟ କରାଯାଏ। ବିଶେଷ ଭାବରେ ଏହା GS-13 ରୁ GS-15 ଗ୍ରେଡ ଦ୍ୱାରା ନିର୍ଦ୍ଧାରିତ କରାଯାଏ
ତେବେ ଏହି ଦରମା ଗ୍ରେଡେସନ ଅନୁସାରେ ସୁନୀତାଙ୍କୁ ଜିଏସ-୧୫ ପେଗ୍ରେଡ ଅନୁସାରେ ଦରମା ମିଳିଥାଏ। ତାଙ୍କୁ ବର୍ଷକୁ ୧୪୬,୭୫୭ ଡଲାର ମିଳିଥାଏ। ଯାହା ଭାରତୀୟ ମୁଦ୍ରାରେ ୧.୨୭ କୋଟି ଟଙ୍କା ଅଟେ। ମହାକାଶଚାରୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚକୁ ନେଇ ନାସା ବ୍ୟାପକ ସ୍ବାସ୍ଥ୍ୟ ବୀମା ଯୋଗାଇଥାଏ।
ସୁନୀତା ୱିଲିୟମ୍ସ ଜଣେ ଭାରତୀୟ ମହାକାଶଚାରୀ। ସେ ୧୯୯୮ରେ ନାସାର ମହାକାଶ ମିଶନ ପାଇଁ ଜଣେ ମହାକାଶଚାରୀ ଭାବରେ ମନୋନୀତ ହୋଇଥିଲେ। ସେ ଆମେରିକାର ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ । ସେ ୫୦ ଘଣ୍ଟା, ୪୦ମିନିଟ ପାଇଁ ସ୍ପେସଓ୍ବାକ୍ କରିଥିବା ରେକର୍ଡଧାରୀ ମହାକାଶଚାରୀ।
ସୁନୀତା ୱିଲିୟମ୍ସ ୭-୧୦ ଦିନିଆ ମିଶନରେ ମହାକାଶକୁ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ଗତ ୧୮୨ ଦିନ ଧରି ସେଠାରେ ଅଟକି ରହିଛନ୍ତି। ମହାକାଶରେ ସୁନୀତା ବହୁତ ଦୁର୍ବଳ ହୋଇଯାଇଛନ୍ତି। ସୁନୀତା ଏବଂ ବୁଚ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଉଭୟ ମହାକାଶଚାରୀ ୬ମାସରୁ ଅଧିକ ସମୟ ଧରି ମହାକାଶରେ ଅଛନ୍ତି।