ମୋଦିଙ୍କ ଭାଷଣ ଗଣିତର ଡ଼ବଲ ପିରିୟଡରେ ବସିବା ପରି ଲାଗିଲା:ପ୍ରିୟଙ୍କା

ନୂଆଦିଲ୍ଲୀ, : ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ସ୍କୁଲର ଗଣିତର ଡବଲ ପିରିୟଡରେ ବସିବା ପରି ଲାଗିଲା । ସେ ଆଲୋନା ସମୟରେ କିଛି ନୂଆ କିମ୍ବା ଭିନ୍ନ କଥା କହି ନାହାଁନ୍ତି ।୧୧୦ ମିନିଟ୍‌ର ଦୀର୍ଘ ଭାଷଣ ସମସ୍ତଙ୍କୁ ବୋର କରିଲା । ଏପରି କହିଛନ୍ତି ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ବିରକ୍ତିକର । କିଛି ନୂଆ କିମ୍ବା ଗଠନମୂଳକ କଥା କହି ନାହାଁନ୍ତି । ସେ ମୋତେ ସମ୍ପୂର୍ଣ୍ଣ ଭାବେ ବିରକ୍ତ କରିଛନ୍ତି । ମୋତେ ଏହା ବିଦ୍ୟାଳୟରେ ଗଣିତର ଡବଲ ପିରିୟଡରେ ବସିବା ପରି ଲାଗିଲା । ମୁଁ ଭାବିଲି ସେ କିଛି ନୂଆ କହିବେ । କିନ୍ତୁ ସେ ସେହି ପୁରୁଣା କଥା କହିଥିଲେ । କେବଳ ୧୧ ଟି ପ୍ରତିଶୃତି ବିଷୟରେ କହିଛନ୍ତି । ଯଦି ଭ୍ରଷ୍ଟାଚାର ପ୍ରତି ପ୍ରକୃତରେ ଶୂନ୍ୟ ସହନଶୀଳତା ଅଛି, ତେବେ ସେ ଆଦାନୀ ଗ୍ରୁପର ବିବାଦ ଉପରେ ବିତର୍କ କରିବା ଉଚିତ୍‌? ବୋଲି କହିଛନ୍ତି ପ୍ରିୟଙ୍କା ।

ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୧୧ ସଂକଳ୍ପକୁ ସଂସଦ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଏହି ସଂକଳ୍ପରେ ନାଗରିକଙ୍କ କର୍ତ୍ତବ୍ୟଠାରୁ ଆତ୍ମୀୟତା ଠାରୁ ମୁକ୍ତି ଏବଂ ମହିଳାମାନଙ୍କ ନେତୃତ୍ୱରେ ବିକାଶ ଉପରେ ଜୋର ଦେଇଛନ୍ତି। ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *