‘ଦ ସାବରମତି ରିପୋର୍ଟ’ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଫିଲ୍ମ ‘ଦ ସାବରମତି ରିପୋର୍ଟ’କୁ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନରେ ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ପ୍ରଧାନମନ୍ତ୍ରୀ ଏହି ଫିଲ୍ମ ଦେଖିଛନ୍ତି । ତାଙ୍କ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଫିଲ୍ମ ଦେଖିଥିଲେ। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ଉପସ୍ଥିତ ଥିଲେ। ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧ୍ରା ଘଟଣାର ସତ୍ୟତା ଏବଂ ଗଣମାଧ୍ୟମର ଭୂମିକା ଉପରେ ଆଧାରିତ ହୋଇଛି ଏହି ଫିଲ୍ମ ‘ଦ ସାବରମତି ରିପୋର୍ଟ’।

ନିକଟରେ ରିଲିଜ୍ ହୋଇଛି ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ । ପୂର୍ବରୁ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ପ୍ରଶଂସା କରିଥିଲେ। ଆଉ ସୋସିଆଲ ମିଡିଆରେ ଲେଖିଥିଲେ, ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି । ପିଏମ ମୋଦୀ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଆଲୋକ ଭଟ୍ଟ ନାମକ ଜଣେ ଉପଭୋକ୍ତାଙ୍କର ପୋଷ୍ଟକୁ ରିପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଗୋଧରା ଘଟଣା ଉପରେ ନିର୍ମିତ ସାବରମତି ରିପୋର୍ଟର ଟ୍ରେଲରକୁ ମଧ୍ୟ ବ୍ୟବହାର କରାଯାଇଛି।

ଏହି ଫିଲ୍ମ ୨୭ ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧରା ଅଗ୍ନିକାଣ୍ଡ ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧରାଠାରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କରସେବକଙ୍କ ବଗିରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ହୃଦୟ ବିଦାରକ ଘଟଣାରେ ୫୯ ଜଣ ପ୍ରାଣ ହରାଇଥିଲେ । ଏହାର ଗୋଟିଏ ଦିନ ପରେ, ଫେବୃଆରୀ ୨୮ ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ। ଉଲ୍ଲେଖନୀୟ କି, ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଏବେର ପ୍ରଧାନମନ୍ତ୍ରୀ ଗୁଜୁରାଟର ସିଏମ୍ ଥିଲେ । ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିଶନ ଗଠନ କଲେ ଯାହାର କାମ ଏହି ଘଟଣାର ଅନୁସନ୍ଧାନ କରିବା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *