ସନାତନ ଧର୍ମର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ ପୱନ କଲ୍ୟାଣ

ଅମରାବତି: ସାଉଥ ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ବଡ଼ ଘୋଷଣା । ସନାତନ ଧର୍ମର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି ପୱନ କଲ୍ୟାଣ । ସେ ତାଙ୍କ ଦଳ ମଧ୍ୟରେ ‘ନରସିଂହ ବାରାହି ବ୍ରିଗେଡ’ ଗଠନ କରିଛନ୍ତି। ଏହି ବ୍ରିଗେଡର ମୂଳ ଉଦ୍ଦେଶ୍ୟ ସନାତନ ଧର୍ମର ସୁରକ୍ଷା।

ପୱନ କଲ୍ୟାଣ କହିଛନ୍ତି ଯେ, ମୁଁ ସମସ୍ତ ଧର୍ମକୁ ସମ୍ମାନ କରେ । ଯେଉଁମାନେ ସନାତନ ଧର୍ମକୁ ସମାଲୋଚନା କରନ୍ତି କିମ୍ବା ସୋସିଆଲ ମିଡିଆରେ ଏନେଇ ଅସମ୍ମାନିତ କରନ୍ତି, ସେମାନଙ୍କୁ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡିବ। ତେଣୁ ମୁଁ ସନାତନ ଧର୍ମର ସୁରକ୍ଷା ପାଇଁ ନରସିଂହ ବାରାହି ବ୍ରିଗେଡ ନାମକ ଏକ ପାର୍ଟି ମଧ୍ୟରେ ଏକ ଉତ୍ସର୍ଗୀକୃତ ୱିଙ୍ଗ ସ୍ଥାପନ କରୁଛି ବୋଲି କହିଛନ୍ତି। ପୱନ କଲ୍ୟାଣ ଜଗନ୍ନାଥପୁର ଗ୍ରାମରେ ଊଓଚଇଗ-୨ ମାଗଣା ଏଲପିଜି ସିଲିଣ୍ଡର ଯୋଜନା ଉଦ୍‌ଘାଟନ ଅବସରରେ ଏହା ଘୋଷଣା କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ତୁଳନାରେ ଲୋକଙ୍କ କଲ୍ୟାଣ ପାଇଁ ଆମର ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁଛୁ। ଊଓଚଇଗ-୨ ଯୋଜନା ମାଧ୍ୟମରେ ରାଜ୍ୟରେ ୧,୦୮,୩୯,୨୬୮ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୨,୬୮୪ କୋଟି ଟଙ୍କା ବ୍ୟୟରେ ତିନୋଟି ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଉଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଲୋକଙ୍କ କଲ୍ୟାଣ ପାଇଁ ୧୩,୪୨୫ କୋଟି ଟଙ୍କା ପ୍ରଦାନ କରାଯିବ। ମିଳିତ ସରକାର ବାଳିକା ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତି। ମହିଳାଙ୍କ ପ୍ରତି ଆକ୍ରମଣ କିମ୍ବା ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିଶ୍ଚିତ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *