ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣିଲେ ଯୁବକ । ରୋଷଘର ସାମ୍ନାରେ ସିଗାରେଟ୍ ଟାଣୁଥିବା ସମୟର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ କଲେ ଭାଇରାଲ । ଏହାକୁ ଦେଖି ଅସେନ୍ତାଷ ଦେଖା ଦେଇଛି । ଏନେଇ ଥାନାରେ ଅଭିଯୋଗ ବି ହୋଇଛି । ପରେ ଉକ୍ତ ଯୁବକଙ୍କୁ ଗିରଫ ଦାବି କରିଛନ୍ତି ସେବାୟତ ।
ଜଣେ ଯୁବକ ତାଙ୍କ ଇଷ୍ଟାଗ୍ରାମ ଆଇଡ଼ିରେ ସୋମବାର ମନ୍ଦିର ଭିତରେ ସିଗାରେଟ ଟାଣୁଥିବାର ଫଟୋ ସେୟାର କରିଥିଲେ । ଫଟୋରେ ମନ୍ଦିର ରୋଷ ଘର ପାଖରେ ଠିଆ ହୋଇ ସିଗାରେଟ ଟାଣିବାର ଦୃଶ୍ୟ ରହିଛି । ସମ୍ପୃକ୍ତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି । ଏନେଇ ପୁରୁଣା ଭୁବନେଶ୍ୱରର ବିଭିନ୍ନ ଖଟି ଉପରେ ନଜର ରଖିଛନ୍ତି ସେବାୟତ । ଧରାପଡ଼ିଲେ ପୋଲିସରେ ଦେବାକୁ ସେବାୟତ କହିଛନ୍ତି ।
ସେପଟେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ । ସେ କହିଛନ୍ତି ଯିଏ ଏଭଳି କାର୍ଯ୍ୟ କରିଛି ନିନ୍ଦନୀୟ । ଯିଏ ଏହି ଦାୟିତ୍ୱରେ ଅଛନ୍ତି ତାଙ୍କ ସହ କଥା ହେବି । ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ । ବିବେକହୀନ କାର୍ଯ୍ୟ ଏହା ନିଶ୍ଚୟ । ଆଗାମୀ ଦିନରେ ସୁରକ୍ଷା ଦୃଷ୍ଟିରୁ କଡାକଡି କରାଯିବ । ଯିଏ ଏଭଳି ହିନକାର୍ଯ୍ୟ କରିବ କାର୍ଯ୍ୟାନୁଷ୍ଠନ କଠୋର ହେବ ।