ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରିଲ୍ସ କରୁଥିଲେ ଯୁବକ, ପିଟିଲେ ଲୋକେ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଅଧିକ । ଆଜିକାଲିର ଯୁବପୀଢ଼ିଙ୍କୁ ରିଲ୍ସ ନିଶା ଘାରିଛି । କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ନିଜ ଜୀବନକୁ ବାଜି ଲଗାଇବା ସହ ସ୍ଥାନ,କାଳ, ପାତ୍ର ବି ଭୁଲି ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ନିକଟରେ ଜଣେ ଯୁବକ ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରିଲ୍‌ସ କରିବା ମହଙ୍ଗା ପଡ଼ିଛି । ଯୁବକଙ୍କ ଏହି ହରକତ ଦେଖି ଲୋକମାନେ କ୍ରୋଧାନ୍ୱିତ ହେବା ସହ ପ୍ରବଳ ମାଡ଼ ମାରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହରିୟାଣାର ସୋନିପତରେ ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ହରିୟାଣାର ସୋନିପତରେ ଜଣେ ଯୁବକ ରିଲ୍ସ କରୁଛନ୍ତି । ଯୁବକ ଜଣଙ୍କ ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ବଜାର ମଧ୍ୟରେ ଡ୍ୟାନ୍ସ କରୁଛନ୍ତି । ଏହି ଅଶ୍ଲୀଳ ନୃତ୍ୟ ଦେଖିବା ପରେ ସେଠାକାର ଦୋକାନୀମାନେ ଏପରି ନ କରିବାକୁ ବାରଣ କରିଥିଲେ । ହେଲେ ଯୁବକ ଜଣକ କିଛି ଶୁଣି ନ ଥିଲେ । ପରେ ବଜାରର ସମସ୍ତ ଦୋକାନୀମାନେ ଏକତ୍ରିତ ହୋଇ ଯୁବକଙ୍କୁ ଉଚିତ ଶିକ୍ଷା ଦେଇଥିଲେ । ଲୋକମାନେ ଯୁବକଙ୍କୁ ଧରି ଧୂମ୍ ପିଟିଥିଲେ । ମାଡ଼ ଖାଇବା ପରେ ଛାଡ଼ି ଦେବା ପାଇଁ ଯୁବକ ଜଣଙ୍କ ଅନୁରୋଧ କରିଥିଲେ । କୌଶଳବଶତଃ ଯୁବକ ନିଜର ଜୀବନ ବଞ୍ଚାଇ, କ୍ଷମା ମାଗି ସେହି ସ୍ଥାନରୁ ପଳାଇ ଯାଇଥିଲେ । ତେବେ ରିଲ୍ସ କରିବା ପାଇଁ ଯୁବକ ଜଣଙ୍କ ଆପଣାଇଥିବା ଏହି ଅଜବ ତରିକା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *